ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)-
ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ଘରୋଇ ଉଷା ହସପିଟାଲରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ କର୍ମଚାରି ଆଜି ତାଲିମ ନେଇଛନ୍ତି । ଜୟପୁର ଦମକଳ ବିଭାଗ ତରଫରୁ ତାଲିମ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ହସପିଟାଲ ଫାୟର ସେପ୍ଟଟି ସୁପରଭାଇଜର ରମାକାନ୍ତ ପାଲ ଓ ଦମକଳ ବିଭାଗର ରେଞ୍ଜ ଅଫିସର ବିଚିତ୍ର କୁମାର ପଣ୍ଡା,ଏଏଫଓ ସୁରେଶ କୁମାର ବାରିକ ତାଲିମ ଦେଇଥିଲେ । ଅଗ୍ନିକାଣ୍ଡ ଘଟିଲେ କିପରି ମୁକାବିଲା କରାଯାଇ ପାରିବ ସେନେଇ ତାଲିମ ଦିଆଯାଇଥିଲା । ନିଆଁ କେତେକ ପ୍ରକାର, ନିଆଁ କାହାକୁ କୁହାଯାଏ, ନିଆଁ ଲିଭାଇବ ୩ ପ୍ରକାର ପଦ୍ଧତି ଉପରେ ତାଲିମ ଦେବା ସହ ନିଆଁ ଲିଭାଇବା ଯନ୍ତ୍ର ଉପରେ ତାଲିମ, ନିଆଁ ଲାଗିଲେ ରୋଗିକୁ କିପରି ଉଦ୍ଧାର କରାଯାଇ ପାରିବ ସେ ଉପରେ ତାଲିମ ଦିଆଯାଇଥିଲା । ଉଚ୍ଚ କୋଠାରୁ ରୋଗିକୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ତାଲିମ ଦିଆଯାଇଥିଲା । ଜିଲା ଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ ଦିଲ୍ଲପ କୁମାର ବିଶ୍ୱାଳ, ଡାକ୍ତର, ନର୍ସ, ସୁରକ୍ଷା କର୍ମି ସହ ସମସ୍ତ ବିଭାଗର କର୍ମଚାରି ଉପସ୍ଥିତ ରହି ତାଲିମ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି