କାଗଜ କଳର କୋଇଲା କନଭେୟର୍ ବେଲ୍ଟ୍ ଭୁଷୁଡି ପଡ଼ିଲା
ଜୟପୁର,୨୬ ସେପ୍ଟେମ୍ବର (ହି.ସ.) - ଜୟପୁର ସେବା କାଗଜ କଳର ମୁଖ୍ୟ କୋଇଲା କନଭେୟର୍ ବେଲ୍ଟ୍ ଭୁଷୁଡି ପଡିଛି। ଦୁଇ ଦିନ ତଳେ ପ୍ରାୟ ଚାଳିଶ ଫୁଟ ଉଚ୍ଚତାରୁ ଖସି ପଡ଼ିଛି। ତଳେ କେହି ଶ୍ରମିକ ନଥିବାରୁ ଦୁର୍ଘଟଣା ଘଟିନାହିଁ। ପ୍ରକାଶ ଥାଉ କି ଗତ ୧୪ ମାସ ହେଲା କାରଖାନା ର ଉତ୍ପାଦନ ବନ୍ଦ ରହିଛି । କୌଣସି ରକ
କାଗଜ କଳର କୋଇଲା କନଭେୟର୍ ବେଲ୍ଟ୍ ଭୁଷୁଡି ପଡ଼ିଲା


ଜୟପୁର,୨୬ ସେପ୍ଟେମ୍ବର (ହି.ସ.) - ଜୟପୁର ସେବା କାଗଜ କଳର ମୁଖ୍ୟ କୋଇଲା କନଭେୟର୍ ବେଲ୍ଟ୍ ଭୁଷୁଡି ପଡିଛି। ଦୁଇ ଦିନ ତଳେ ପ୍ରାୟ ଚାଳିଶ ଫୁଟ ଉଚ୍ଚତାରୁ ଖସି ପଡ଼ିଛି। ତଳେ କେହି ଶ୍ରମିକ ନଥିବାରୁ ଦୁର୍ଘଟଣା ଘଟିନାହିଁ। ପ୍ରକାଶ ଥାଉ କି ଗତ ୧୪ ମାସ ହେଲା କାରଖାନା ର ଉତ୍ପାଦନ ବନ୍ଦ ରହିଛି । କୌଣସି ରକ୍ଷଣାବେକ୍ଷଣ କାର୍ଯ୍ୟ ହେଉନାହିଁ। ଦୀର୍ଘ ବର୍ଷ ହେଲା ନିର୍ମିତ ବିରାଟ ଷ୍ଟ୍ରକଚର ସବୁ ବର୍ଷା ରେ ଭାଙ୍ଗିବା ଅବସ୍ଥାରେ ଅଛି । କିଛି ବର୍ଷ ତଳେ ୨୦୨୦ ଅଗଷ୍ଟ ୦୮ ତାରିଖରେ ପ୍ରବଳ ବର୍ଷାରେ ପଲ୍ପ ମିଲ୍ ବା ମଣ୍ଡ ବିଭାଗର ବିଶାଳ ଛାତ ଭୁଶୁଡି ପଡିଥିଲା । ଶ୍ରମିକ ମାନଙ୍କୁ ୧୪ ମାସ ହେଲା ଦରମା ନାହିଁ। କିନ୍ତୁ କିଛି ଶ୍ରମିକ ଡ୍ୟୁଟିକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଅଗଷ୍ଟ ମାସରେ ଘୋଷଣା କରିଥିବା ସତ୍ୱେ ବର୍ତମାନ ସୁଦ୍ଧା କାରଖାନା ଚାଲିବା ଦିଗରେ କୌଣସି ସଠିକ୍ ପଦକ୍ଷେପ ନିଆଯାଇ ନାହିଁ।

ଏଭଳି ଅବସ୍ଥାରେ କାରଖାନା ଦିନ କୁ ଦିନ ଦୁର୍ଗତି କୁ ଗତି କରିବ ଏବଂ ଜୟପୁର ର ଏକ ମାତ୍ର ବୃହତ ଶିଳ୍ପ ଅଧୋଗତିର ସମ୍ମୁଖୀନ ହେବ ବୋଲି ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ପ୍ରଶାସନ କାରଖାନାର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande