ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଆବାସ ଅର୍ଥ ଆତ୍ମସାତ ଅଭିଯୋଗ
ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ମାଲକାନଗିରି ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡାଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ଜି
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଙ୍କ ନାମରେ ଆବାସ ଅର୍ଥ ଆତ୍ମାସତ ଅଭିଯୋଗ


ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଙ୍କ ନାମରେ ଆବାସ ଅର୍ଥ ଆତ୍ମାସତ ଅଭିଯୋଗ


ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଙ୍କ ନାମରେ ଆବାସ ଅର୍ଥ ଆତ୍ମାସତ ଅଭିଯୋଗ


ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ମାଲକାନଗିରି ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡାଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ସାକ୍ଷାତ କରି ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରାଯିବା ସହ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ରଞ୍ଜନ ସେନାପତିଙ୍କ ଜରିଆରେ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଶନିବାର ଦିନ ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଏବଂ ବ୍ଲକ ଷ୍ଟାଣ୍ଡିଙ୍ଗ କମ୍ମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡାଙ୍କ ସହ ଏକ ସ୍ୱତନ୍ତ୍ର ପଞ୍ଚାୟତ ସମିତି ଅନୁସନ୍ଧାନକାରୀ ଟିମ୍ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁମତି ନେଇ ମାଲକାନଗିରି ବ୍ଲକ ର ଗୌଡ଼ଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲାଗୁଡ଼ା ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୁସୁମା ନାୟକ, ଚନ୍ଦ୍ରାବତୀ ନାୟକ, ଆଦି ନାୟକ, ଲଛନ ଖିଲ ଓ କଳାବତୀ ଖିଲଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପତ୍ର ପାଇଥିଲେ। ସେହି ସମୟରେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏହି ହିତାକାରୀମାନଙ୍କ ନିକଟରେ ପହଞ୍ଚି ଗୃହ ନିର୍ମାଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ଲେଖାଏଁ ସମ୍ପୃକ୍ତ ହିତାଧିକାରୀମାନେ ନିରଞ୍ଜନ ହାଲଦାରଙ୍କୁ ପ୍ରଦାନ କରିଥିଲେ। ମାତ୍ର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ଗୃହ ସମାପ୍ତ ହୋଇନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିରଞ୍ଜନ ହାଲଦାରଙ୍କ ସହ କ‌ଥାବାର୍ତ୍ତା ହେଲେ ସେ ବିରକ୍ତ ହୋଇ ଗାଳି ଗୁଲଜ କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଉକ୍ତ ହିତାଧିକାରୀ ମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି I ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ସହ ମନରେଗା ଯୋଜନାରେ ୨୨ ହଜାର ଟଙ୍କା ରହିଛି। ସେହି ଟଙ୍କାଗୁଡିକ ବିଭିନ୍ନ ଲୋକଙ୍କ ନାମରେ ନିରଞ୍ଜନ ହାଲଦାର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ତେବେ ଆବାସ ଘର ସମ୍ପୂର୍ଣ ନହେବା ପୂର୍ବରୁ କିଭଳି ମନରେଗା ଟଙ୍କା ଉଠାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ କାର୍ଯ୍ୟ ଦାୟିତ୍ୱରେ ଥିବା ଜିଆରଏସ୍ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ନିରଞ୍ଜନ ହାଲଦାର ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମନମୁଖୀ କାର୍ଯ୍ୟକଳାପ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ବ୍ଲକର ଉନ୍ନତିମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀରେ ସମ୍ପୃକ୍ତି ରହି ବହୁ ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର କଲାଗୁଡା ଗ୍ରାମର ଗରିବ ଲୋକଙ୍କ ଆବାସ ଗୃହର ଅର୍ଥ ଆତ୍ମସାତ କରିଥିବା ନେଇ ଏକ ଉଚ୍ଚସ୍ତରିୟ ତଦନ୍ତ କରିବା ସହ ନିରଞ୍ଜନ ହାଲଦାରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଗଲା ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ସରପଞ୍ଚ ସଂଘ ସଭାପତି ସୁଦର୍ଶନ କୋପେ, ସରପଞ୍ଚ ଘାସି ନାୟକ, ସମିତି ସଭ୍ୟ ନରଶିଙ୍ଗ ମାଡି ଓ ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande