ଇମ୍ଫାଲ 26ସେପ୍ଟେମ୍ବର (ହି.ସ)- ମଣିପୁର ପୋଲିସ ଇମ୍ଫାଲ ପୂର୍ବ ଜିଲ୍ଲାରେ ମାଦକ
ପଦାର୍ଥ ଜବତ କରିଛି।ମାଦକ ପଦାର୍ଥ ସହିତ 38
ବର୍ଷୀୟ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ଗିରଫ କରାଯାଇଛି।ମଣିପୁର ପୋଲିସ
ମୁଖ୍ୟାଳୟ ଶୁକ୍ରବାର କହିଛି ଯେ ଖୁରଇ କୋନସାମ ଲେଇକାଇର ବାସିନ୍ଦା ମୀସନାମ ଗୀତଚନ୍ଦ୍ର (38)ନାମକ
ଅଭିଯୁକ୍ତଙ୍କୁ ପୋରୋମପତ ପୋଲିସ ଷ୍ଟେସନ
ଅନ୍ତର୍ଗତ ଖୁରଇ ସାଜୋର ଲେଇକାଇରୁ ଗିରଫ କରାଯାଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚାଲାଣର ଉତ୍ସ ଏବଂ
ନେଟୱାର୍କ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।ଚଢାଉ ସମୟରେଅଧିକାରୀମାନେ 23,304 ଟ୍ରାମାଡୋଲ ଟାବଲେଟ୍, 1,390 ନାଇଟ୍ରାପୋଲ
ଟାବଲେଟ୍ ଏବଂ 1,383 ବୋତଲ ବରକୋଡେକ୍ସ ସିରପ ଜବତ କରିଛନ୍ତି। ପୋଲିସ କହିଛି ଯେ ଏହି ଜବତ
ରାଜ୍ୟରେ ବେଆଇନ ଡ୍ରଗ୍ସ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଏକ ଗୁରୁତ୍ୱପୂର୍ଣ୍ଣ
ପଦକ୍ଷେପ। ଏହି ଅଭିଯାନ ଏକ ସ୍ଥାନୀୟ ନାଗରିକ ସଂଗଠନର ସଦସ୍ୟଙ୍କ ସହାୟତାରେ କରାଯାଇଥିଲା।ପୋଲିସ କହିଛନ୍ତି
ଯେ ଅନ୍ୟ ଅଭିଯାନରେ ଗତ 24 ସେପ୍ଟେମ୍ବରରେ ମଣିପୁର ପୋଲିସ କାକଚିଂ ଜିଲ୍ଲାର ୱାଙ୍ଗୁ -ଥାନା ଅନ୍ତର୍ଗତ ନୁଙ୍ଗୁ ଲମଖାଇ
ଅଞ୍ଚଳରେ 400 ଲିଟର ଡିଆଇସି ମଦ ବୋଝେଇ କରୁଥିବା ଏକ ଟୟୋଟା ହାଇ ରାଇଡରକୁ ଅଟକାଇଥିଲା। ତଦନ୍ତ
ପରେ, ଜବତ ମଦକୁ
ଘଟଣାସ୍ଥଳରୁ ନଷ୍ଟ କରିଦିଆଯାଇଥିଲା। ତଥାପି, ଏହି ଘଟଣା ସହିତ ଜଡିତ କୌଣସି ଗିରଫଦାରୀ ହୋଇନଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା