ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ , ୪୮ ଘଂଟା ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି। ଆଗାମୀ ୪୮ଘଂଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ବର୍ଷା ସହ ପବନ ଓ ବିଜୁଳି ଘଡ଼ଘଡ଼ି, ଝଟକା ପବନ ମଧ୍ୟ ରହିବ। ମତ୍ସ୍ୟଜିବୀମନଙ୍କୁ ସମ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ , ୪୮ ଘଂଟା ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି। ଆଗାମୀ ୪୮ଘଂଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ବର୍ଷା ସହ ପବନ ଓ ବିଜୁଳି ଘଡ଼ଘଡ଼ି, ଝଟକା ପବନ ମଧ୍ୟ ରହିବ। ମତ୍ସ୍ୟଜିବୀମନଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଲଘୁଚାପଟି ବଙ୍ଗୋପସାଗରରେ ଘନୀଭୂତ ହୋଇ ଉତରପଶ୍ଚିମ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଇଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଦକ୍ଷିଣ ଦିଗକୁ ଢଳି ରହିଛି। ୨୪ ଘଂଟା ଭିତରେ ଦକ୍ଷିଣ ଓଡ଼ିଆ, ଉତର ଆନ୍ଧ୍ର ପ୍ରଦେଶରେ ଅବପାତରେ ପରିଣତ ହେବ। ସେପ୍ଟେମ୍ବର ୨୭ ତାରିଖ ସକାଳ ସୁଦ୍ଧା ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । ଆଗାମୀ ୪୮ଘଂଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଆଗାମୀ ୨୪ ଘଂଟା ମଧ୍ୟରେ କୋରାପୁଟ, ମାଲକାନଗିରି,କଳାହାଣ୍ଡି ,ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର , ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗସିଂହପୁର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଜିଲ୍ଲା ଗୁଡିକରେ ପାଇଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ସତର୍ତ ସୂଚନା ଜାରି କରାଯାଇଛି। ବର୍ଷା ସହ ୪୦ରୁ ୫୦ କିଲୋମିଟର ପବନ ଓ ବିଜୁଳି ଘଡ଼ଘଡ଼ି, ଝଟକା ପବନ ମଧ୍ୟ ରହିବ । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହ ପବନ ମଧ୍ୟ ରହିବ।

ସେପ୍ଟେମ୍ବର ୨୮ ତାରିଖ ଠାରୁ ବର୍ଷାର ପରିମାଣ କମିବ । ତେବେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande