୬୨ ବର୍ଷ ଧରି ଭାରତୀୟ ଆକାଶରେ ପ୍ରାଧାନ୍ୟ ବିସ୍ତାର କରିବା ପରେ, ମିଗ୍ -୨୧ ବିମାନ ଭାରତୀୟ ବାୟୁସେନାରୁ ବିଦାୟ : ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ 'ତେଜସ୍‌' ଏବେ ବାୟୁସେନାର ନୂତନ ଶକ୍ତି ହେବ
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.)- ୬୨ ବର୍ଷ ଧରି ଭାରତୀୟ ଆକାଶରେ ପ୍ରାଧାନ୍ୟ ବିସ୍ତାର କରିଥିବା ଏବଂ ପାକିସ୍ତାନ ସହିତ ତିନୋଟି ଯୁଦ୍ଧ ଲଢ଼ିଥିବା ମିଗ୍‌-୨୧ ବିମାନ ଶେଷରେ ଆଜି ବାୟୁସେନାରୁ ବିଦାୟ ନେଇଛି । ଏହାର ଶେଷ ଉଡ଼ାଣ ସହିତ, ବିମାନଟି କେବଳ ସାହସିକତା ଏବଂ ବୀରତ୍ୱର ଗାଥା ପାଇଁ ନୁହେଁ, ବରଂ
୬୨ ବର୍ଷ ଧରି ଭାରତୀୟ ଆକାଶରେ ପ୍ରାଧାନ୍ୟ ବିସ୍ତାର କରିବା ପରେ, ମିଗ୍ -୨୧ ବିମାନ ଭାରତୀୟ ବାୟୁସେନାରୁ ବିଦାୟ : ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ 'ତେଜସ୍‌' ଏବେ ବାୟୁସେନାର ନୂତନ ଶକ୍ତି ହେବ


ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.)- ୬୨ ବର୍ଷ ଧରି ଭାରତୀୟ ଆକାଶରେ ପ୍ରାଧାନ୍ୟ ବିସ୍ତାର କରିଥିବା ଏବଂ ପାକିସ୍ତାନ ସହିତ ତିନୋଟି ଯୁଦ୍ଧ ଲଢ଼ିଥିବା ମିଗ୍‌-୨୧ ବିମାନ ଶେଷରେ ଆଜି ବାୟୁସେନାରୁ ବିଦାୟ ନେଇଛି । ଏହାର ଶେଷ ଉଡ଼ାଣ ସହିତ, ବିମାନଟି କେବଳ ସାହସିକତା ଏବଂ ବୀରତ୍ୱର ଗାଥା ପାଇଁ ନୁହେଁ, ବରଂ ସର୍ବାଧିକ ସଂଖ୍ୟକ ପାଇଲଟ୍ ମୃତ୍ୟୁ ପାଇଁ ମଧ୍ୟ ମନେ ରହିବ । ଚଣ୍ଡିଗଡ଼ ଏୟାରବେସରେ ମିଗ୍‌-୨୧ କୁ ବିଦାୟ ଦିଆଯିବା ପରେ ଏବେ ବାୟୁସେନାର ନୂତନ ଶକ୍ତି ଭାବରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ମାର୍କ-୧ଏ ଏହାର ସ୍ଥାନ ନେବ ।

୧୯୬୩ ମାର୍ଚ୍ଚରେ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିବା ପ୍ରଥମ ସୁପରସୋନିକ୍ ବିମାନ ମିଗ୍‌-୨୧ ଏବେ ୬୦ ବର୍ଷ ପୂରଣ କରିଛି । ୫୦ ବର୍ଷ ଧରି ଦେଶକୁ ସେବା ପ୍ରଦାନ କରିବା ପରେ, ଏହାକୁ ଡିସେମ୍ବର ୧୧, ୨୦୧୩ରେ ଅବସର ଦିଆଯାଇଥିଲା । ତଥାପି, ୧୯୭୦ ଦଶକରୁ, ମିଗ୍‌-୨୧ ସୁରକ୍ଷା ପ୍ରସଙ୍ଗରେ ଜର୍ଜରିତ ହୋଇଛି, ଯାହା ଫଳରେ ଦୁର୍ଘଟଣା ଘଟି ୧୭୦ ରୁ ଅଧିକ ଭାରତୀୟ ପାଇଲଟ୍ ଏବଂ ୪୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ୧୯୬୬ ରୁ ୧୯୮୪ ମଧ୍ୟରେ, ୮୪୦ ବିମାନ ମଧ୍ୟରୁ ପ୍ରାୟ ଅଧା ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିଲା । ଏହି ବିମାନଗୁଡ଼ିକ ମଧ୍ୟରୁ ଅଧିକାଂଶ ଇଞ୍ଜିନରେ ନିଆଁ ଲାଗିଥିଲା କିମ୍ବା ଛୋଟ ପକ୍ଷୀ ସହିତ ଧକ୍କା ଯୋଗୁଁ ନଷ୍ଟ ହୋଇଯାଇଥିଲା । ମିଗ୍‌-୨୧ ର ବାରମ୍ବାର ଦୁର୍ଘଟଣା ଯୋଗୁଁ ଏହାକୁ ଉଡ଼ନ୍ତା କଫିନ୍‌ କୁହାଯାଉଥିଲା ।

ଏହାର ଚପଳତା, ସଠିକ୍ ଆକ୍ରମଣ ଏବଂ ଉଚ୍ଚ ଗତି ଯୋଗୁଁ ପାଇଲଟମାନଙ୍କ ପ୍ରଥମ ପସନ୍ଦ ଥିବା ମିଗ୍‌-୨୧ କୁ ପରବର୍ତୀ ସମୟରେ ମିଗ୍‌-୨୧ ବାଇସନ ରୂପରେ ଅପଗ୍ରେଡ୍ କରାଯାଇଥିଲା । ଋଷୀୟ କମ୍ପାନୀ ୧୧,୪୯୬ଟି ମିଗ୍‌-୨୧ ଉତ୍ପାଦନ କରିବା ପରେ, ନିଜର ଶେଷ ମିଗ୍‌-୨୧ କୁ ମିଗ୍ ବାଇସନ ରୂପରେ ୧୯୮୫ ରେ ଅପଗ୍ରେଡ୍ କରିଥିଲା । ଏହି ଉନ୍ନତ ମଡେଲଟି ପୂର୍ବ ମିଗ୍‌-୨୧ ବେରିଏଂଟ ର ଅନେକ ତ୍ରୁଟିକୁ ଦୂର କରିଥିଲା । ରୁଷୀୟ କମ୍ପାନୀ ଭାରତୀୟ ବାୟୁସେନାରେ ଥିବା ବାକି ୫୪ଟି ମିଗ୍‌-୨୧କୁ ମିଗ୍‌-୨୧ ବାଇସନ ରୂପରେ ଅପଗ୍ରେଡ୍ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande