ଗଞାମ, ୨୬ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ବାବଜିତୋଟା ସାହିସ୍ତିତ ଜେ ବି ପ୍ରାଙ୍ଗଣ ଠାରେ ଫୋରମ୍ ପକ୍ଷରୁ ଏକ ବୈଠକ ଓ ବୋଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଭାପତି ଡ଼ା. ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବରିଷ୍ଠ ଭେଷଜ ଓ ମଧୁମେହ ବିଶେଷଜ୍ଞ ଡ଼ା. ପ୍ରକାଶ ଚନ୍ଦ୍ର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ପଚାଶ ବର୍ଷର ଚିକିତ୍ସା ସମ୍ବନ୍ଧୀୟ ଅଭିଜ୍ଞତା ରୋଗ ଉପଚାର ସମଧୀୟ ତଥ୍ୟ ଉପସ୍ଥାନ କରିଥିଲେ। ଏବଂ ନୂତନ ଔଷଧ ଫେନେରେନନ କିପରି ଭାବରେ ମଧୁମେହ ଓ ବୃକକ ରୋଗ ନିରାକରଣର ସହାୟକ ହେଉଛି ତା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ମଞ୍ଚାସୀନ ଅତିଥି ଭାବେ ପୂର୍ବତନ ଜିଲ୍ଲା ମୁଖ୍ୟ ଆୟୁର୍ବେଦ ଚିକିତ୍ସକ ଡ଼ା. ରାମଚନ୍ଦ୍ର ରଥ ଏବଂ ପ୍ରିନସିପଲ୍ ହୋମିଓପାଥି ମହାବିଦ୍ୟାଳୟ ଡ଼ା. ଗୀତାଞ୍ଜଳି ପଟ୍ଟନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଡ଼ା. ଅତୁଲ୍ୟ ପଟ୍ଟନାୟକ ସଭା ପରିଚାଳନା କରିଥିଲେ।
ଏହି ଆଲୋଚନାଚକ୍ରରେ ଡ଼ା. କୈଳାସ ଚନ୍ଦ୍ର ପାତ୍ର, ଡ଼ା. ଗାନ୍ଧୀ ଚୌଧୁରୀ, ଡ଼ା. ବିଜୟ କୁମାର ସୁବୁଦ୍ଧି, ଡ଼ା. ହୃଷୀକେଶ ମହାନ୍ତି, ଡ଼ା. ରାଜେନ୍ଦ୍ର କୁମାର ତ୍ରିପାଠୀ, ଡ଼ା. ଶିଶିର କାନ୍ତ ମିଶ୍ର, ଡ଼ା. ପ୍ରସନ୍ନ କର, ଡ଼ା. ପ୍ରଶାନ୍ତ କୁମାର ପଣ୍ଡା, ଡ଼ା. ସୁରଜିତ୍ ପାଣିଗ୍ରାହୀ, ଡ଼ା. ଭାସ୍ଵତି ପଣ୍ଡା, ଡ଼ା. ସେବା ମହାନ୍ତି, ଡ଼ା. ଲିଲିମା ଦାସ, ଡ଼ା. ମଧୁସୂଦନ ପାଣିଗ୍ରାହୀ, ଡ଼ା. ରବୀନ୍ଦ୍ରନାଥ ଗନ୍ତାୟତ, ଡ଼ା. ଇପ୍ସିତା ପଣ୍ଡା, ଡ଼ା. ସୁଧାରାଣି ନାୟକ, ଡ଼ା. ପୀତବାସ ସାହୁ, ଡ଼ା. ଅଜୟ କୁମାର ପାତ୍ର, ଡ଼ା. ଅନିଲ କୁମାର ସାହୁ, ଡ଼ା. ସଂସ୍କୃତି ସାହୁ ଯୋଗଦେଇଥିଲେ। ଶେଷରେ ଡ଼ା. ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ