ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ
ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବି ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରବଚକ ବଂଶୀଧର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁର୍ଗାଙ୍କ କୃପା ଦୃଷ୍ଟି ସହିତ ବୈଷ୍ଣୋଦ
ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ


ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବି ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରବଚକ ବଂଶୀଧର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁର୍ଗାଙ୍କ କୃପା ଦୃଷ୍ଟି ସହିତ ବୈଷ୍ଣୋଦେବୀଙ୍କ ମହିମା ଓ ଯୋଗକ୍ଷେମ ବହାମ୍ୟହମ୍ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡ. ଭବାନୀ ଶଙ୍କର ପଟେଲ ଶାରଦୀୟ ସନ୍ଧ୍ୟାର ସାବଲୀନ ବର୍ଣ୍ଣନା କବିତା ମାଧ୍ୟମରେ ପ୍ରକଟ କରିଥିଲେ । ସଂପାଦକ ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପଠନ ସହିତ ପାର୍ବଣେ ନବଦୁର୍ଗାକୁ ଆଧାର କରି ଚତୁର୍ଥ ଦିବସର ଆରାଧ୍ୟା ଦେବୀ କୁଷ୍ମାଣ୍ଡା ଉପରେ ସ୍ୱରଚିତ କବିତା ଆବୃତି କରି ଭାବାବେଗ ପରିବେଶ ସୃଷ୍ଟି କରିଥିଲେ ।

ସଭାରେ ବ୍ରଜ କିଶୋର ପଣ୍ଡା, ବନମାଳୀ ନନ୍ଦ, ବଳିଷ୍ଠ ପ୍ରଧାନ, ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସଭ୍ୟ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande