ଭାରତୀୟ ସନାତନୀ ପରିବାରର ଅଭିଯୋଗ ପରେ ଆକ୍ସନ୍ ମୁଡ୍ ରେ ପୌର ପରିଷଦ ଅଧିକାରୀ
ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ପୌରପରିଷଦ ଅଧିକାରୀ ରାଜୀବ ଲୋଚନ ନାୟକଙ୍କୁ ଭାରତୀୟ ସନାତନୀ ପରିବାରର ସଭାପତି ବାଲାଜୀ ପଢାଲ୍, ଶ୍ରୀନିବାସ୍ ପାତ୍ର ଓ ସଦସ୍ୟବୃନ୍ଦ ମାନେ ଭେଟି ଏକ ଅଭିଯୋଗ ପତ୍ର ଦେଇଥିଲେ। ଯେଉଁଥିରେ ମାଲକାନଗିରି ନଗରରେ ରାଜରାସ୍ତା କଡରେ ମାଛ ମାଂସ
ଭାରତୀୟ ସନାତନୀ ପରିବାରର ଅଭିଯୋଗ ପରେ ଆକ୍ସନ୍ ମୁଡ୍ ରେ ପୌର ପରିଷଦ ଅଧିକାରୀ


ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ପୌରପରିଷଦ ଅଧିକାରୀ ରାଜୀବ ଲୋଚନ ନାୟକଙ୍କୁ ଭାରତୀୟ ସନାତନୀ ପରିବାରର ସଭାପତି ବାଲାଜୀ ପଢାଲ୍, ଶ୍ରୀନିବାସ୍ ପାତ୍ର ଓ ସଦସ୍ୟବୃନ୍ଦ ମାନେ ଭେଟି ଏକ ଅଭିଯୋଗ ପତ୍ର ଦେଇଥିଲେ। ଯେଉଁଥିରେ ମାଲକାନଗିରି ନଗରରେ ରାଜରାସ୍ତା କଡରେ ମାଛ ମାଂସ ଦୋକାନମାନ ଖୋଲାରେ ବିକ୍ରି କରୁଛନ୍ତି, ଯଦିଓ ପୌରପରିଷଦର ୨ଟି ମାଛ, ମାଂସ ବିକ୍ରୟକେନ୍ଦ୍ର ରହିଛି ତଥାପି ରାଜରାସ୍ତା କଡରେ, ବିଦ୍ୟାଳୟ ଯିବା ରାସ୍ତାରେ ଓ ଦେବାଳୟ ମାନଙ୍କ ନିକଟରେ ଖୋଲା ସ୍ଥାନରେ ମାଛ ମାଂସ ବିକ୍ରି କରାଯାଉଛି ଯାହାଦ୍ଵାରା ସେହି ସ୍ଥାନଟି ଅପିଷ୍କାର ହେବାସହ ସାଧାରଣ ଲୋକଙ୍କ ମନରେ ଜୀବେଦୟା ଭାବନା ପ୍ରତି କୁଠାରଘାତ କରୁଛି। ତେଣୁ ଏହି ସମସ୍ତ ମାଛ ମାଂସ ଦୋକାନକୁ ଗୋଟିଏ ସ୍ଥାନରେ କରିବା, ସାଧାରଣ ଲୋକଙ୍କ ଯିବା ଆସିବା ସମୟରେ ଦୃଷ୍ଟିକୁ ନଆସିବା ବ୍ୟବସ୍ଥା କରିବା, ସମସ୍ତଙ୍କ ଓଜନ ମାପ ଯନ୍ତ୍ର ତଦାରଖ କରିବା, ଫୁଡ୍ ଲାଇସେନ୍ସ୍, ହତ୍ୟା ଜୀବର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପ୍ରଭୃତି ସେଥିରେ ଅନ୍ତର୍ଭୁକ୍ତ ରହିଛି।

ଏହା ଶୁଣି ପୌରପରିଷଦ ଅଧିକାରୀ ରାଜୀବ ଲୋଚନ ନାୟକ ତାଙ୍କ ଟିମ୍ ସହ ବାହାରି କେତୋଟି ଦୋକାନ ବୁଲି ଦେଖିଥିଲେ। ଅନ୍ୟ କେତେକ ଦୋକାନ ବନ୍ଦ ଥିବାରୁ ଆସନ୍ତା ସମୟରେ ସେଗୁଡିକୁ ମଧ୍ୟ ଯାଞ୍ଚ ପରିସରକୁ ଅଣାଯାଇ ପୌର ପରିଷଦ ଆଇନ ଅନୁସାରେ ନୋଟିସ୍ ଓ ଅର୍ଥ ଦଣ୍ଡ ଦେବାସହ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି। ଆଗାମୀ ସମୟରେ ଯଦି ଏପରି କୌଣସି ଅନିୟମିତତା ଦେଖିଲେ ସଂଗଠନ ତରଫରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande