ଯୁବନେତା ନଳିନୀକାନ୍ତ ମହାନ୍ତି ହେଲେ ଜିଲ୍ଲା କଂଗ୍ରେସ ସଭାପତି
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତି ପାଇଥିବା ରାଜ୍ୟ ଯୁବ କମିଟି ସଂଯୋଜକ ଯୁବନେତା ନଳିନୀକାନ୍ତ ମହାନ୍ତି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଛନ୍ତ । ଅଖିଳ ଭା
NALINIKANTA MOHANTY CONGRESS PRESIDENT AT BHADRAK


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତି ପାଇଥିବା ରାଜ୍ୟ ଯୁବ କମିଟି ସଂଯୋଜକ ଯୁବନେତା ନଳିନୀକାନ୍ତ ମହାନ୍ତି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଛନ୍ତ । ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଏମ୍‌ପି କେସି ବେନୁଗୋପାଲ ଆଜି ଏହାର ଘୋଷଣା କରିଛନ୍ତି । ତାଙ୍କ ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା କଂଗ୍ରେସ କର୍ମୀ ମହଲରେ ଖୁସି ର ଲହରୀ ଖେଳିଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହୋଇଥିବାରୁ ଏଥି ନେଇ ଶ୍ରୀ ମହାନ୍ତି ଅଖିଳ ଭାରତ କଂଗ୍ରେସ କମିଟି ର ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଜୀ, ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେସି ବେନୁଗୋପାଳ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟର ଯୁବ ଗୋଷ୍ଠୀ ମାନଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ପ୍ରତି ଆକୃଷ୍ଟ କରିବା ସହ ଦଳରେ ସାମିଲ କରି କଂଗ୍ରେସ ଦଳକୁ ରାଜ୍ୟର ଶକ୍ତିଶାଳୀ କରିବାକୁ ଶ୍ରୀ ମହାନ୍ତି ପ୍ରେସ ବିବୃତିରେ ଜଣାଇଛନ୍ତି । ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ଘୋଷଣା ପରେ ପିସିସି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande