ନୂଆଦିଲ୍ଲୀ, ୨୬ ସେପ୍େଟମ୍ବର (ହିସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ଶୁଳ୍କ ବିଷୟରେ ଆଲୋଚନା କରିଥିଲେ ବୋଲି ନାଟୋ ମୁଖ୍ୟ ମାର୍କ ରୁଟଙ୍କ ଦାବିକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ ସ୍ପଷ୍ଟ କରିଛି ଯେ ଏହି ସମ୍ପର୍କରେ ମୋଦି ଏବଂ ପୁଟିନଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।
ଶୁକ୍ରବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ରୁଟଙ୍କ ବୟାନ ତଥ୍ୟଗତ ଭାବରେ ଭୁଲ ଏବଂ ସମ୍ପୂର୍ଣ୍ଣ ଭିତିହୀନ। ପ୍ରଧାନମନ୍ତ୍ରୀ ମୋଦି କେବେ ରାଷ୍ଟ୍ରପତି ପୁଟିନଙ୍କ ସହ ଯେପରି ରିପୋର୍ଟ କରାଯାଉଛି ସେପରି କଥା ହୋଇନାହାଁନ୍ତି। ଏପରି କୌଣସି ଆଲୋଚନା ହୋଇନାହିଁ। ଜୟସୱାଲ ନାଟୋ ମୁଖ୍ୟ ରୁଟଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ଯେ ଏତେ ଗୁରୁତ୍ୱପୂର୍ଣ୍ଣ ସଂଗଠନର ମୁଖ୍ୟ ଦାୟିତ୍ୱହୀନ ବୟାନ ଦେବା ଉଚିତ୍ ନୁହେଁ।
ନାଟୋ ମୁଖ୍ୟ ରୁଟ ଜଣେ ସାମ୍ବାଦିକଙ୍କ ସହ ଆଲୋଚନାରେ କହିଥିଲେ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲଗାଇବା ରୁଷ ଉପରେ ବଡ଼ ପ୍ରଭାବ ପକାଉଛି। ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ ଏବଂ ୟୁକ୍ରେନ ଉପରେ ତାଙ୍କର ରଣନୀତି ବୁଝାଇବାକୁ ଚେଷ୍ଟା କରିଥିଲେ, କାରଣ ଭାରତ ଶୁଳ୍କ ଦ୍ୱାରା ପ୍ରଭାବିତ ହେଉଛି।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ