କୋରେଇ, ୨୬ ସେପ୍ଟେମ୍ବର (ହି.ସ.) – ସାଧାରଣ ଲୋକଙ୍କ କଥାକୁ ଶୁଣୁନି ପ୍ରଶାସନ କି ଜନପ୍ରତିନିଧି । ସାଧାରଣ ଲୋଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଲୋକ ମାନଙ୍କର ମୌଳିକ ସୁବିଧାକୁ ଗୁରୁତ୍ୱ ଦେଉନି ପ୍ରଶାସନ ବା ଜନ ପ୍ରତିନିଧି । ତେବେ ପ୍ରଶ୍ନ ଉଠେ ଜନପ୍ରତିନିଧି ବା ସରକାର କାହାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଣିକୋଇଲିରେ । ଗୋଟିଏ ପଟେ ଜୀବନ ଓ ଅନ୍ୟ ପଟେ ଜୀବିକା । ୧୬ ଓ ୨୦ ନମ୍ବର ଜାଜୀୟ ରାଜପଥ ପାଣିକୋଇଲିକୁ ଦୁଇ ଭାଗରେ ବିଭକ୍ତ କରିଛି । ଅଳତିରି ଓ ମଣିପୁର ମୌଜାକୁ ଦୁଇଭାଗରେ ବିଭିକ୍ତ କରିଛି ରାଜପଥ । ପାଣିକୋଇଲି ବଜାରରେ ଏହି ଦୁଇ ମୌଜା ଦୁଇ ଭାଗରେ ବିଭକ୍ତ କରିଛି । ରାଜପଥର ଗୋଟିଏ ପଟରେ ଜୀବନ ଅନ୍ୟ ପଟେ ଜୀବିକା । ଗୋଟିଏ ପଟେ ଘର ଅନ୍ୟ ପଟେ ଚାଷ ଜମି । ହେଲେ ୩ କିମ ମଧ୍ୟରେ ନାହିଁ ଗଳିପୋଲ । ଯାହା ଦ୍ୱାରା ଜୀବିକା ପ୍ରଭାବିତ ହେବାକୁ ବସିଛି । ପାଣିକୋଇଲି ଓଭରବ୍ରିଜ ପରେ ସିଙ୍ଗଡା ଗଳିପୋଲ ୩ କିମି ମଧ୍ୟରେ କୌଣସି ଗଳିପୋଲ କରାଯାଇ ନାହିଁ । ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡାଇଭରସନ ୬ ଲେନ ଯୋଗୁ ବନ୍ଦ ହୋଇଛି । ଫଳରେ ଚାଷ ଜମିକୁ ହଲ ଲଙ୍ଗଳ ବା ଟ୍ରାକ୍ଟର ନେଇ ଯିବାକୁ ୩ କିମି ବୁଲିବାକୁ ପଡିବ । ତେବେ ପ୍ରଶ୍ନ ଉଠେ ରାଜପଥ ନିର୍ମାଣ କାହା ସ୍ୱାର୍ଥରେ । ପାଣିକୋଇଲି ଠାରୁ ସିଙ୍ଗଡା ମଧ୍ୟରେ ଏକ ଗଳି ପୋଲ ମଣିପୁର ବା କାଙ୍କଲା ନିକଟରେ ହେବାକୁ ଦାବି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ବାସ୍ତବ ସ୍ଥିତ ଅନୁଧ୍ୟାନ ନକରି ଜିଲ୍ଲା ପ୍ରଶାସନ ବା ରାଜନେତା ଏହାକୁ ଅଗ୍ରାହ୍ୟ ପଛରେ କି ରହସ୍ୟ ଲୁଚି ରହିଛି ତାହା ତଦନ୍ତ ସାପେକ୍ଷ । ରାଜପଥ ଅଧିକାରୀଙ୍କ ନିକଟରେ ପ୍ରଶାସନ ଓ ଜନପ୍ରତିନିଧି କେଉଁ କାରଣରୁ ବନ୍ଧା ପଡିଛନ୍ତି ତାହା ମଧ୍ୟ ଖୁଲାସା ହେବା ଦରକାର । ଏଥି ସହିତ ରାଜପଥ ନିର୍ମାଣ ବେଳେ ଅନେକ ତୃଟି ଦେଖିବାକୁ ମିଳିଛି । ଯାହା ଦ୍ୱାରା ରାଜପଥ ଆରପଟର ଚାଷ ଜମିକୁ ଯିବା ସମ୍ଭବ ନୁହେଁ । ଫଳରେ ଚାଷ ବୁଡିବା ଥୟ । ୨୦ ନମ୍ବର ଜାତୀୟ ରାଜପଥରୁ ଜାତୀୟ ରାଜପଥକୁ ଭାରିଯାନ ଗୁଡିକ ଯାତାୟତ କରୁଥିବା ବେଳେ ସେହି ରାସ୍ତାକୁ ଚଉଡା କରାଗଲା ନାହିଁ । ଯାହା ଫଳରେ ସେହି ବାଟ ଦେଇ ଚାଷ ଜମିକୁ ହଳ ଲଙ୍ଗଳ ବା ଟ୍ରାକ୍ଟର ନେଇ ଯାତାୟତ କରିବା ସମ୍ଭବ ପର ନୁହେଁ । ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ ଚାଷ ବନ୍ଦ କରିବାକୁ ଯୋଜନା କରାଯାଉଛି । ଚାଷ ବନ୍ଦ ହେଲେ ଶତାଧିକ ପରିବାର ଯେଉଁମାନେ କେବଳ ଚାଷ ଉପରେ ନିର୍ଭର କରି ବସବାସ କରନ୍ତି ସେମାନଙ୍କ ପରିବାର ଉଜୁଡିବା ସାର ହେବ । ୩ କିମି ମଧ୍ୟରେ ଗୋଟିଏ ବି ଗଳି ପୋଲ ନକରିବା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଅସନ୍ତୋଷ କୁହୂୁଳିବାରେ ଲାଗିଛି । ଏହା ଆଗକୁ ଉଗ୍ର ରୂପ ନନେବ ତାହା କିଏ କହିବ । ପାଣିକୋଇଲିକୁ ଯଜାତୀ ନଗର କରାଯିବାକୁ ଚେଷ୍ଟା ଚାଲିଛି । କିନ୍ତୁ ଯଜାତି ନଗରର ଅଧିବାସୀଙ୍କ ସ୍ୱାର୍ଥକୁ ବଳି ଦିଆଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ