- ପ୍ରିୟାଂଶୁ ପାଲ୍ ଟପ୍ପର
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି । ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି।
ପ୍ରିୟାଂଶୁ ପାଲ୍ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଅଛନ୍ତି। ତୃତୀୟ ସ୍ଥାନରେ ଶୋଭନ୍ ପଟ୍ଟନାୟକ ଥିବା ବେଳେ ୪ର୍ଥ ସ୍ଥାନରେ ମୀର୍ଜା ଫୈଜ୍ ଅହମ୍ମଦ କାଦରି ଅଛନ୍ତି। ସେହିପରି ୫ମରେ ଚିନ୍ମୟ ସାହୁ, ୬ଷ୍ଠରେ ଅନ୍ତିମ ସ୍ୱାଇଁ, ୭ମରେ ଶୈଳେଶ କୁମାର ଭୋଇ , ୮ମରେ ମହମ୍ମଦ ନଜିଫ୍ ହାତିଫ୍, ୯ମରେ ଚିନ୍ମୟ ପାଢ଼ୀ ଏବଂ ୧୦ମ ସ୍ଥାନରେ ରହିଛନ୍ତି ମିଲନ ମହାପାତ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା