ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷାଫଳ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା, ୨୦୨୩ ର ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏହାର ସମ୍ପୂର୍ଣ୍ଣ ଚୟନ ତାଲିକା ଓଡିଶା ଲୋକସେବା ଆୟୋଗର ୱେବସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ଓପିଏସସି.ଜିଓଭି.ଇନ୍ ରେ ଉପଲବ୍ଧ ଅଛି । ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭ
ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷାଫଳ


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା, ୨୦୨୩ ର ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏହାର ସମ୍ପୂର୍ଣ୍ଣ ଚୟନ ତାଲିକା ଓଡିଶା ଲୋକସେବା ଆୟୋଗର ୱେବସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ଓପିଏସସି.ଜିଓଭି.ଇନ୍ ରେ ଉପଲବ୍ଧ ଅଛି ।

ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା, ୨୦୨୩ ପାଇଁ ୩୯୮ (୧୪୪ - ମହିଳା) ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି ଏବଂ ପ୍ରିୟାଂଶୁ ପାଲ୍ ଏହି ଚୟନ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୨୨। (୩ - ମହିଳା), ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରେ ୩୮ (୧୮ - ମହିଳା), ଅନୁସୂଚିତ ଜାତି ବର୍ଗରେ ୬୦ (୨୧ - ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୭୨ (୨୨ - ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୦୯, କ୍ରୀଡାବିତ୍ ବର୍ଗରେ ୦୧ ଏବଂ ଶାରୀରିକ ଅକ୍ଷମ ବର୍ଗରେ ୨୭ (୦୮ - ମହିଳା) ପ୍ରାର୍ଥୀଙ୍କୁ ସୁପାରିଶ୍ କରାଯାଇଛି । ଚୟନ ତାଲିକାରେ ମୋଟ ୧୪୪ ମହିଳା ପ୍ରାର୍ଥୀନୀଙ୍କୁ ସୁପାରିଶ୍ କରାଯାଇଛି ।

ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ, ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ଓଡିଶା ସିଭିଲ ସର୍ଭିସ୍‌, ୨୦୨୩ ପରୀକ୍ଷାର ବିଜ୍ଞାପନ ତା ୨୯.୧୨, ୨୦୨୩ ରିଖ ଦିନ ସମୁଦାୟ ୩୯୯ (୧୩୧ - ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା ।

ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ସମୁଦାୟ ୮୫୫୬୮ (୩୧୮୭୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୩୬୨୧୬ (୧୩୫୬୬ - ମହିଳା) ପ୍ରାର୍ଥୀ ତା ୧୫.୧୨.୨୦୨୪ ରିଖରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ । ୪୭୯୯ (୧୫୭୩ - ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ୍ (ମୁଖ୍ୟ) ପରୀକ୍ଷା, ୨୦୨୩ ର ଲିଖିତ ପରୀକ୍ଷା ତା ୧୯.୦୪.୨୦୨୫ ରିଖ ରୁ ତା ୨୭.୦୪.୨୦୨୫ ଏବଂ ୧୫.୦୫.୨୦୨୫ ରିଖ ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୪୩୧୧ (୧୪୮୫ - ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୮୦୬ (୨୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା: ୦୬,୦୯.୨୦୨୫ ରିଖ ରୁ ତା ୧୮.୦୯.୨୦୨୫ ରିଖ ଅବଧି ମଧ୍ୟରେ ଡକାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande