ସ୍ୱାଭିମାନ ଅଞ୍ଚଳରେ ବିଲୁପ୍ତ ହେବାକୁ ଯାଉଛି ଓଡ଼ିଆ ଭାଷା
ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏବେ ଓଡ଼ିଆ ଭାଷା ବିଲୁପ୍ତ ପ୍ରାୟ । ଗାଁର ୭୦ ପ୍ରତିଶତ ଲୋକେ ତେଲୁଗୁ ଓ ପାରମ୍ପରିକ କନ୍ଧ ଭାଷା କହୁଥିବା ବେଳେ ଓଡ଼ିଆ ଭାଷା ବୁଝିବା ଓ କହିବା ସେମାନଙ୍କ ପାଇଁ କଷ୍ଟକର । ପ୍ରଶାସନିକ ଅବହେଳା ଓ ଗାଁରେ ଅଙ୍ଗନବାଡ଼ି କ
ସ୍ୱାଭିମାନ ଅଞ୍ଚଳରେ ବିଲୁପ୍ତ ହେବାକୁ ଯାଉଛି ଓଡ଼ିଆ ଭାଷା


ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏବେ ଓଡ଼ିଆ ଭାଷା ବିଲୁପ୍ତ ପ୍ରାୟ । ଗାଁର ୭୦ ପ୍ରତିଶତ ଲୋକେ ତେଲୁଗୁ ଓ ପାରମ୍ପରିକ କନ୍ଧ ଭାଷା କହୁଥିବା ବେଳେ ଓଡ଼ିଆ ଭାଷା ବୁଝିବା ଓ କହିବା ସେମାନଙ୍କ ପାଇଁ କଷ୍ଟକର । ପ୍ରଶାସନିକ ଅବହେଳା ଓ ଗାଁରେ ଅଙ୍ଗନବାଡ଼ି କି ସ୍କୁଲ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ସୁନାମଗୋଇ ଗାଁ । ୩୦ରୁ ଅଧିକ ପରିବାର ବସବାସ କରୁଥିବା ଗାଁରେ ନାହିଁ ପକ୍କାଘର । ମାଟି ଟିଣ ଛପର କୁଡ଼ିଆରେ କଟେ ସମସ୍ତଙ୍କ ଜୀବନ । ଆନ୍ଧ୍ର ସୀମାରେ ଥିବାରୁ ୭୦ ପ୍ରତିଶତ ଲୋକେ ତେଲୁଗୁ ଭାଷାରେ କଥା ହୁଅନ୍ତି । ଓଡ଼ିଶା ଗାଁରେ କେହି ଓଡ଼ିଆ ଭାଷାରେ କଥା ହୁଅନ୍ତିନି କି ବୁଝନ୍ତିନି । ସୁନାମଗୋଇ ଗାଁରେ ୧୦ରୁ ୧୫ ଜଣ ବୃଦ୍ଧବୃଦ୍ଧା ଅଛନ୍ତି । ସେମାନଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା । ଅନେକ ହିତାଧିକାରୀଙ୍କ ପାଖରେ ନାହିଁ ରାସନକାର୍ଡ । ଏଠାରେ ୩୦ ବର୍ଷ ତଳୁ ବିଦ୍ୟାଳୟ ରହିଛି । ହେଲେ ବର୍ଷବର୍ଷ ଧରି ଶିକ୍ଷକମାନେ ଆସୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଛୋଟରୁ ବଡ଼ ସମସ୍ତେ ଓଡ଼ିଆ ଭାଷା ଜ୍ଞାନରୁ ବଞ୍ଚିତ ହୋଇ ତେଲୁଗୁ ଓ ସ୍ଥାନୀୟ ଭାଷାରେ କଥା ହୁଅନ୍ତି । କେବଳ ସୁନାମଗୋଇ ଗାଁ ନୁହେଁ, ପାଖରେ ଥିବା ଶୁଆପାଲି, କାଞ୍ଚନପେଟା, ନେରୁଡ଼ପାଲି ଗାଁରେ ଏବେ ତେଲୁଗୁ ଭାଷା ହିଁ ମୁଖ୍ୟ ଭାଷା। ବେଳ ଥାଉଥାଉ ଏସବୁ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର କରାନଗଲେ, ଓଡ଼ିଆ ଲୋକଙ୍କୁ ଆନ୍ଧ୍ର ଭାଷାଠୁ ଦୂରେଇବା କଷ୍ଟକର ହୋଇପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande