ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରୀୟ ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଶୁକ୍ରବାର ଦିନ ଏକ ପ୍ରେସ କନ୍ପ୍ରେନ୍ସରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବରକୁ ଦେଶବ୍ୟାପୀ ସ୍ୱଦେଶୀ ୪-ଜି(୫-ଜି ପ୍ରସ୍ତୁତ) ନେଟୱାର୍କର ଶୁଭାରମ୍ଭ କରିବେ। ଏହା ଭାରତ ପାଇଁ ଦୂରସଂଚାର କ୍ଷେତ୍ରରେ ଏକ ନୂଆ ଯୁଗର ସୂତ୍ରପାତ, କାହିଁକି ନା ଭାରତ ଦୁନିଆର ଶୀର୍ଷ ଦୂରସଂଚାର ଉପକରଣ ନିର୍ମାତାମାନଙ୍କ ଶ୍ରେଣୀରେ ସାମିଲ ହୋଇଛି। ସେ କହିଛନ୍ତି ଯେ ଏହି ୪ଜି ଟାୱର ପ୍ରଥମରୁ ଦେଶସାରାରେ ୨୨ ମିଲିୟନ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।
କେନ୍ଦ୍ରୀୟ ସଂଚାର ମନ୍ତ୍ରୀ ସିନ୍ଧିୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଦୁଇ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆରମ୍ଭ କରିବେ। ଏଥିରୁ ପ୍ରଥମଟି ହେଲା ସାରା ଦେଶରେ ପ୍ରାୟ ୯୮ ହଜାର ମୋବାଇଲ ୪-ଜି ଟାୱରର ରୋଲଆଉଟ୍ ଏବଂ ଦ୍ୱିତୀୟଟି ପୁରା ସ୍ୱଦେଶୀ ୪-ଜି ନେଟୱର୍କ, ଯାହା ପୂର୍ଣ୍ଣରୂପେ ସପ୍ଟୱେର ଆଧାରିତ, କ୍ଲାଉଡ-ଆଧାରିତ ଏବଂ ଭବିଷ୍ୟରେ ୫-ଜି ପାଇଁ ପ୍ରସ୍ତୁତ। ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି ଯେ ଭାରତର କୌଣସି ବି ଅଂଶ ଏହି ନେଟୱର୍କରୁ ଅଛୁତା ରହିବ ନାହିଁ। ସେ କହିଛନ୍ତି ଯେ ଏହା ୪-ଜି ଟାୱର ପ୍ରଥମେ ଦେଶର ୨୨ ମିଲିୟନ ଗ୍ରାହକଙ୍କୁ ସେବା ଦେଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି