ଗଞାମ, ୨୬ ସେପ୍ଟେମ୍ବର (ହି.ସ.) - ଶେରଗଡ ବ୍ଲକର ପିତଳ ନୂତନ ପିଏଚସିରେସୁସ୍ଥନାରୀସଶକ୍ତପରିବାର ଅଭିଯାନ କାର୍ଯ୍ୟକ୍ରମ ସହ ଆୟୁଷ୍ମାନ ଆରୋଗ୍ୟ ଶିବିର (ସ୍ୱାସ୍ଥ୍ୟ ମେଳା) ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟ କ୍ରମରେ ଅତିଥି ଭାବେ ଶେରଗଡ ସିଏଚସିର ସୁପରିନଟେଣ୍ଡେଟ ଡାକ୍ତର ପିରାଜକୁମାର ସୁବୁଦ୍ଧି ଓ ଡାକ୍ତର ହୃଷୀକେଶ ମହାନ୍ତି ଯୋଗଦେଇ ଥିଲେ । ଏଥିରେ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଂଜନ ବିଷୋଇ, ଆୟୁଷ ଡାକ୍ତର ଦେବାଶିଷ ଶତପଥୀଓଡାକ୍ତର ସୁବୁଦ୍ଧି, ଶତାଧିକ ରୋଗୀଙ୍କ ଚିକିତ୍ସା କରି ପରାମର୍ଶ ଓ ଔଷଧ ବିତରଣ କରିଥିଲେ । ଫାର୍ମାସିଷ୍ଟ କିରଣ ଶବର,ଏଲ ଟି ପ୍ରତିୱା ସାହୁ, ହସପିଟାଲର କର୍ମଚାରୀ ଦୟାନିଧିସାହୁ, ପଂଚାନନ ଗୌଡ, ଶରତ ପଟ୍ଟନାୟକ, ରୋହିତକୁମାର ନାୟକ ଏବଂ ଆଶା ରୀତା ମହାପାତ୍ର ବିଷ୍ଣୁ ପ୍ରିୟାପାଢୀ, ଲଳିତାଶଓ ଯୋଛନାରାଣୀ ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ