ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ବିଶାଳ ପଥ ସଞ୍ଚଳନ
କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ବିଜୟାଦଶମୀ -ଧର୍ମ, ସତ୍ୟ, ଶକ୍ତି ଓ ସଂସ୍କୃତି ର ବିଜୟ ପର୍ବ ଏବଂ ରାଷ୍ଟ୍ର ସେବିକା ସମିତିର ସ୍ଥାପନା ଦିବସ। ଏହି ପବିତ୍ର ଅବସରରେ ଆସନ୍ତା କାଲି ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ଏକ ବିଶାଳ ପଥ ସଞ୍ଚଳନ ଆୟୋଜିତ ହେଉଛି। ଏଥିରେ ଆଦରଣୀୟା ସୁଶ୍ରୀ ଲତିକ
ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ବିଶାଳ ପଥ ସଞ୍ଚଳନ


କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.)

ବିଜୟାଦଶମୀ -ଧର୍ମ, ସତ୍ୟ, ଶକ୍ତି ଓ ସଂସ୍କୃତି ର ବିଜୟ ପର୍ବ ଏବଂ ରାଷ୍ଟ୍ର ସେବିକା ସମିତିର ସ୍ଥାପନା ଦିବସ। ଏହି ପବିତ୍ର ଅବସରରେ ଆସନ୍ତା କାଲି ରାଷ୍ଟ୍ର ସେବିକା ସମିତି କେନ୍ଦୁଝର ଦ୍ବାରା ଏକ ବିଶାଳ ପଥ ସଞ୍ଚଳନ ଆୟୋଜିତ ହେଉଛି। ଏଥିରେ ଆଦରଣୀୟା ସୁଶ୍ରୀ ଲତିକା ପାଢ଼ୀ, କ୍ଷେତ୍ର ପ୍ରଚାରିକା (ଓଡ଼ିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ) ମୁଖ୍ୟବକ୍ତା ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ଉତ୍ସାହ ଦେବାପାଇଁ ମାନନୀୟା ପ୍ରଫେସର ଚିନ୍ମୟୀ ମହାପାତ୍ର (ଅଧ୍ଯକ୍ଷା, ଧରଣୀଧର ଭେଷଜ ମହାବିଦ୍ୟାଳୟ, କେନ୍ଦୁଝର) ମୁଖ୍ୟ ଅତିଥୁ ରୂପେ ଯୋଗଦାନ କରିବାର କାର୍ଯକ୍ରମ ଥିବା ରାଷ୍ଟ୍ର ସେବିକା ସମିତି ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande