ଖୋର୍ଦ୍ଧା,26 ସେପ୍ଟେମ୍ବର (ହି.ସ.) - ଭାରତ ସ୍ଵାଧୀନ ହେବା ପୂର୍ବରୁ ପୈ।ର ଚିକିତ୍ସାଳୟ ତା'ର ଉଲ୍ଲେଖନୀୟ ଚିକିତ୍ସା ଯୋଗାଉଥିଲା।ହେଲେ ଏବେ ସ୍ଥାନୀୟ ଲୋକେ ସଠିକ୍ ଚିକିତ୍ସା ପାଇପରୁନାହାନ୍ତି।ଦିନ ଥିଲା ଉକ୍ତ ଚିକିତ୍ସାଳୟରେ ୪୧ ଡାକ୍ତର ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଉଥିଲେ। କିନ୍ତୁ, ଦୁଃଖ ଓ ପରିତାପର ବିଷୟ ବିଗତ ସରକାର ସମୟରେ ୨୨ ଜଣ ଡାକ୍ତରଙ୍କୁ ପଦୋନ୍ନତି ସହିତ ଅନ୍ୟତ୍ର ସ୍ଥାନାନ୍ତରିତ କରାଗଲା।ତେଣୁ ଉକ୍ତ ସ୍ଥାନରେ ଆଉ କୌଣସି ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ୪୧ ଜଣ ଡାକ୍ତରଙ୍କ ବଦଳରେ ବର୍ତ୍ତମାନ ୮-୯ ଜଣ ଡାକ୍ତର ୩୦ହଜାର ରୋଗୀ ଦେଖୁଛନ୍ତି।ତେବେ ସ୍ଥାନୀୟ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ମୈ।ଖିକ ଓ ଲିଖିତ ଅଭିଯୋଗ ସତ୍ତ୍ଵେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଫଳରେ ଶ୍ରି ମିଶ୍ର ଦୀର୍ଘ ତିନି ବର୍ଷ ଧରି ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇ ଚାଲିଛନ୍ତି।ହେଲେ ଓଡ଼ିଶା ସରକାର ବିଭିନ୍ନ ସ୍ଥାନରେ ଚିକିତ୍ସାଳୟକୁ ପ୍ରଧାନ୍ୟ ଦେଉଥିବା ବେଳେ, ରାଜଧାନୀରେ ଛାତି ଉପରେ ଥିବା ପୈ।ର ଚିକିତ୍ସାଳୟ ଏଥିରୁ ବାଦ୍ ପଡିଛି। ଏପରିକି ଏହି ଚିକତ୍ସାଳୟରୁ ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେବାରେ ଲାଗିଛି।ଓଳିଏ ଡାକ୍ତର ଆସିଲେ ଅନ୍ୟ ଓଳି ଆସୁନାହାନ୍ତି। ଡାକ୍ତରଖାନା ମୂରବୀ ବିହୀନ ହୋଇ ପଡି ରହିଛି। ହୃଦ୍ ରୋଗ ବିଭାଗ ପାର୍ଶ୍ଵରେ ଦାନ୍ତ ଆଖି ଗଳା କର୍ମଚାରୀ କାମ କରନ୍ତି। ଏହି କର୍ମଚାରୀମାନେ ଗାଡି ଯାତାୟାତ ପଥରେ ରଖି, ରାସ୍ତା ଅବରୋଧ କରି ଚାଲିଛନ୍ତି। ରକ୍ତ ପରୀକ୍ଷା ପାଇଁ ଥିବା ବ୍ୟକ୍ତି ଶୀତତାପ ନିୟନ୍ତ୍ରିତ ଗୃହରେ ବସନ୍ତି। ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ଆସୁଥିବା ବ୍ୟକ୍ତି ଶୀତତାପ ନିୟନ୍ତ୍ରିତର ଗରମ ପବନରେ ବାହାରେ ଆଉଟୁ ପାଉଟୁ ହୁଅନ୍ତି। ଦିନ ୨ଟାରୁ ୩ସମୟରେ ଅଧିକାଂଶ ସିକ୍ୟୁରିଟି ଓ ଅନ୍ୟ କର୍ମଚାରୀ ଡ଼୍ରାଇଭରଙ୍କ ଗୃହରେ ବିଶ୍ରାମ କରିଚାଲିଛନ୍ତି। ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଓ୍ଵାର୍କସ୍ ବିଭାଗ ସାତ କୋଟି ଟଙ୍କା ଧରି ବସିଛି ପୈ।ର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ।
ପୈ।ର ଚିକିତ୍ସାଳୟକୁ ଭଲ ପାଉଥିବା ବ୍ୟକ୍ତି ରାଜଧାନୀ ଛାଡି ସାରିଲେଣି।ପୈ।ର ଚିକିତ୍ସାଳୟରେ ଭୋଟ ନଥିବାରୁ ରାଜ ନେତା ଶୁଣି ନ ଶୁଣିବା ପରି ମନେ ହେଉଛି।।ସେଥି ପାଇଁ ଆବଶ୍ୟକ ଡାକ୍ତର, ନର୍ସ, ଔଷଧ ଓ କର୍ମଚାରୀ ନାହାନ୍ତି। ବିଭିନ୍ନ ରାଜ୍ୟରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଆସୁଥିବା ଦର୍ଶନ ଅଭିଳାଷୀ ଶହେ କିଲୋମିଟର ବ୍ୟାପ୍ତ ବାସୀ ପୈ।ର ଚିକିତ୍ସାଳୟ ସ୍ଥାନାନ୍ତରିତକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଭୁତ କୋଠି ହୋଇ ଦୀର୍ଘ ଦିନ ପଡିରହିଥିବା ସୁଭଦ୍ରା ମହତାବ ହାଇସ୍କୁଲ ଚିକିତ୍ସାଳୟରେ ମିଶାଇ ଜନ ସାଧାରଣଙ୍କ ସେବାରେ ଲଗାଇବା ପାଇଁ ଦାବି ହେଉଛି।ତେବେ ଏହି ଧାରଣାରେ ତାରା ଚରଣ ଆଚାର୍ଯ୍ୟ, ଗିରିଜା ଶଙ୍କର ମହାପାତ୍ର,ଟୁନିଆ ଭୋଇ, ସୁରେଶ କୁମାର ଭୋଇ, ବିପିନ ବିହାରୀ ରାଉତରାୟ,ସୈ।ଭାଗ୍ୟ ଦାଶ, ଲିଙ୍ଗରାଜ ପଲେଇ ଓ ଅଶୋକ କୁମାର ମହାରଣାଙ୍କ ସମେତ ଅନେକ ବର୍ଷା ସତ୍ବେ ଧାରଣାରେ ବସିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ