ସେବା ପର୍ବ-୨୦୨୫ ଜିଲ୍ଲାସ୍ତରୀୟ ବିକଶିତ ଭାରତ କର୍ମଶାଳା
ସମ୍ବଲପୁର, ୨୬ ସେପ୍ଟେମ୍ବର(ହି.ସ.) – ‘ସେବା ପର୍ବ-୨୦୨୫’ ଅବସରରେ ବିକଶିତ ଭାରତ ୨୦୪୭” ବିଷୟରେ ଆଧାରିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା-କମ୍‌-ଚିତ୍ରାଙ୍କନ ପ୍ରତିଯୋଗିତା ସମ୍ବଲପୁରର ଆଂଚଳିକ କଳା ଭବନ(ଓ.ଏଲ.କେ.ଏ.) ଠାରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରୋଫେସନାଲ୍ ଆର୍ଟିଷ୍ଟ, କଲେଜ୍ ଓ ସ
ସେବା ପର୍ବ-୨୦୨୫’  ଜିଲ୍ଲାସ୍ତରୀୟ ବିକଶିତ ଭାରତ କର୍ମଶାଳା


ସେବା ପର୍ବ-୨୦୨୫’  ଜିଲ୍ଲାସ୍ତରୀୟ ବିକଶିତ ଭାରତ କର୍ମଶାଳା


ସେବା ପର୍ବ-୨୦୨୫’  ଜିଲ୍ଲାସ୍ତରୀୟ ବିକଶିତ ଭାରତ କର୍ମଶାଳା


ସମ୍ବଲପୁର, ୨୬ ସେପ୍ଟେମ୍ବର(ହି.ସ.) – ‘ସେବା ପର୍ବ-୨୦୨୫’ ଅବସରରେ ବିକଶିତ ଭାରତ ୨୦୪୭” ବିଷୟରେ ଆଧାରିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା-କମ୍‌-ଚିତ୍ରାଙ୍କନ ପ୍ରତିଯୋଗିତା ସମ୍ବଲପୁରର ଆଂଚଳିକ କଳା ଭବନ(ଓ.ଏଲ.କେ.ଏ.) ଠାରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରୋଫେସନାଲ୍ ଆର୍ଟିଷ୍ଟ, କଲେଜ୍ ଓ ସ୍କୁଲ୍ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ସେଥିରୁ ଶ୍ରେଣୀ ଭିତିକ ଶ୍ରେଷ୍ଠ ୩ ଜଣ ବିଜେତା ଭାବେ କୃତି ଅର୍ଜନ କରିଛନ୍ତି। ପ୍ରୋଫେସନାଲ୍ ଆର୍ଟିଷ୍ଟ ସ୍ତରରେ ସଞ୍ଜୟ କୁମାର ସାହୁ ପ୍ରଥମ ସ୍ଥାନ, କୁଲଦୀପ ବର୍ମା ଦ୍ୱିତୀୟ ସ୍ଥାନ, ସମୀର ମହାରଣା, ତୃତୀୟ ସ୍ଥାନ, କଲେଜ୍ ଛାତ୍ରଛାତ୍ରୀ ସ୍ତରରେ ଖୁସି ସାହୁ ପ୍ରଥମ ସ୍ଥାନ, ଆଶିଷ କୁମାର ସାହୁ ଦ୍ୱିତୀୟ ସ୍ଥାନ, ଓ ସୂର୍ଯ୍ୟାଶ ଧରୁଆ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସ୍କୁଲ୍ ଛାତ୍ରଛାତ୍ରୀ(ଦଶମ ଓ ଏକାଦଶ) ସ୍ତରରେ ରେ ସିଅନ୍ ଖେସ୍ ପ୍ରଥମ ସ୍ଥାନ, କୃତିବଲ୍ଲଭ ମେହେର ଦ୍ୱିତୀୟ ସ୍ଥାନ, ଅର୍ପିତା ନାଏକ ତୃତୀୟ ସ୍ଥାନ,ସ୍କୁଲ୍ ଛାତ୍ରଛାତ୍ରୀ(ଷଷ୍ଠ- ଅଷ୍ଟମ) ସ୍ତରରେ ଗାୟତ୍ରୀ ଭରଦ୍ୱାଜ ପ୍ରଥମ ସ୍ଥାନ, ପ୍ରିତୀ ନାଏକ ଦ୍ୱିତୀୟ ସ୍ଥାନ, ଏବଂ ଗୁନଗୁନ ବିଭାର ଓ ହରି ପ୍ରିୟଜିତ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande