ସମ୍ବଲପୁର, ୨୬ ସେପ୍ଟେମ୍ବର(ହି.ସ.) –୧୭ ସେପ୍େଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଦେଶ ବ୍ୟାପୀ ପାଳିତ ହେଉଥିବା ‘ସେବା ପକ୍ଷ - ୨୦୨୫' ପାଳନ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଉତ୍ସବ ସମ୍ବଲପୁର ମହାନଗରରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟତଃ ସ୍ୱଚ୍ଛସାଥୀ, ସ୍ୱଚ୍ଛମିତ୍ରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବିନାମୂଲ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଉପାଦେୟ ପରାମର୍ଶ ଦିଆଯିବା ସହିତ ଔଷଧ ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆଜି ସମ୍ବଲପୁରର ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ