ତୁଳସୀ ମହିଳା ମହାବିଦ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ର
ତୁଳସୀ ମହିଳା ମହାବିଦ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ରାପଡ଼ାର ସହଯୋଗରେ ଛାତ୍ରୀ ଏବଂ କର୍ମଚାରୀମାନଙ୍କର ଓଜନ, ହିମୋଗ୍ଲୋବିନ୍ ଏବଂ ବି.ପି ପରୀକ୍ଷା ହୋଇଥିଲା। ମହାବିଦ୍ୟାଳୟର ଷ୍ଟୁଡେଂଟ୍ ସର୍ଭିସ୍ ସେଂଟର୍‌ର ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟକ୍ଷ ଡ଼ ନାୟକ ତାଙ୍କ ବକ୍ତବ୍ୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଓ ସମାଜ ଗଠନରେ ସହାୟକ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଶ୍ରୀ ଜେନା , ନର୍ସିଂ ଅଫିସର୍ ପ୍ରିୟମ୍ବଦା ନାୟକ, ଏ.ଏନ୍‌.ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ନେତୃତ୍ୱରେ ପ୍ରାୟ ୪୦୦ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରାଧ୍ୟାପିକା ସବିତା ଦାସ, ଅଧ୍ୟାପିକା ମମତା ସାହୁ, ପଦ୍ମଜା କବି ଶତପଥୀ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ଅନୁରାଧା ବେହେରା, ଆରତୀ ଚୌଧୁରୀ ଏବଂ ଜ୍ୟୋତ୍ସ୍ନାରାଣୀ ସାମଲ ସୁଚାରୁ ରୂପେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande