କେନ୍ଦୁଝର, ୨୬ ସେପ୍େଟମ୍ବର (ହି.ସ.) - ଆଜି ଜାତୀୟ ଭୂବିଜ୍ଞାନ ସମ୍ମାନ ୨୦୨୪ ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଅଛି। ଭାରତର ମହାମହିମ ରାଷ୍ଟ୍ରପତି ମାନନୀୟା ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମାନ ପ୍ରଦାନ ଉତ୍ସବରେ ମାନ୍ୟବର ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ଜି.କିଷାନ ରେଙ୍ଗୀ ମଞ୍ଚାସୀନ ଥିଲେ। ଏହି ସମ୍ମାନ ପ୍ରଦାନ ଉତ୍ସବରେ ସମଗ୍ର ଭାରତବର୍ଷରୁ ୨୨ ଜଣ ବୈଜ୍ଞାନିକଙ୍କୁ ଜାତୀୟ ଭୂବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯାଇଅଛି। କେନ୍ଦୁଝର ଜିଲ୍ଲାର ଦୁଇଜଣ ଯୁବ ବୈଜ୍ଞାନିକ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ଶ୍ରୀଯୁକ୍ତ ହରମନ ମହାନ୍ତ ଏହି ସମ୍ମାନସ୍ପଦ ଜାତୀୟ ଭୂବୈଜ୍ଞାନିକ ସମ୍ମାନ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେନ୍ଦୁଝର ମାଇନିଂ ଗାୟତ୍ରୀ ମନ୍ଦିର ରୋଡ଼ର ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କୁମୁଦିନୀ କରଙ୍କ କନ୍ୟା, ବର୍ତମାନ ଡାଇରେକ୍ଟର ଭାବେ ଏଝଓ ଭୁବନେଶ୍ୱର ଠାରେ କାର୍ୟ୍ୟରତ। ତାଙ୍କ ସ୍ୱାମୀ ଶିବଦତ ମହାପାତ୍ର ପେଟ୍ରୋଲିୟମ ଜିଓଲୋଜିଷ୍ଟ ଓ କନ୍ୟା ମୋକ୍ଷଦା ମହାପାତ୍ର। ଅନୁଗୋଳ ଜିଲ୍ଲାର ତାଳଚେର ଅଂଚଳରେ କୋଇଲାର ଅନୁସନ୍ଧାନ ନିମନ୍ତେ ତାଙ୍କର କାର୍ୟ୍ୟ ପାଇଁ ସେ ଏହି ସମ୍ମାନସ୍ପଦ ଜାତୀୟ ପୁରସ୍କାର ପାଇଛନ୍ତି। ବାରିଆର ଅବସରପ୍ରାପ୍ତ ଶିକ୍ଷକ କଳାକର ମହାନ୍ତ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନର୍ମଦା ମହାନ୍ତଙ୍କ ପୁତ୍ର ହରମନ ମହାନ୍ତି ବର୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଭୁବନେଶ୍ୱର ଠାରେ କାର୍ୟ୍ୟରତ। ମୟୁରଭଞ୍ଜ ଜିଲ୍ଲାରେ ତମ୍ବା ଆବିଷ୍କାର ନିମନ୍ତେ ସେ ଏହି ସମ୍ମାନସ୍ପଦ ସମ୍ମାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କ ନିମନ୍ତେ ସମଗ୍ର କେନ୍ଦୁଝର ଜିଲ୍ଲା ଗର୍ବ ଅନୁଭବ କରୁଛି ଓ ଜିଲ୍ଲାସାରା ଆନନ୍ଦର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA