କୃଷି ଉତ୍ପାଦନର ବଜାରୀକରଣ ଓ ଏନସିଡିସି ଋଣ ଉପରେ କର୍ମଶାଳା
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)- କୃଷି ଉତ୍ପାଦନର ବଜାରୀକରଣ ଓ ଏନସିଡିସି ଋଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଛି । ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଅନ୍ତର୍ଗତ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମ କୋରାପୁଟ ସମବାୟ ବିଭାଜନ, ଜୟପୁର ଦ୍ୱାରା ସ୍ଥାନୀୟ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସହଯୋଗରେ
କୃଷି ଉତ୍ପାଦନର ବଜାର କରିଣ ଓ ଏନସିଡିସି ଋୁଣ ଉପରେ କର୍ମଶାଳା


ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)- କୃଷି ଉତ୍ପାଦନର ବଜାରୀକରଣ ଓ ଏନସିଡିସି ଋଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଛି । ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଅନ୍ତର୍ଗତ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମ କୋରାପୁଟ ସମବାୟ ବିଭାଜନ, ଜୟପୁର ଦ୍ୱାରା ସ୍ଥାନୀୟ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସହଯୋଗରେ ବ୍ୟାଙ୍କର ସମ୍ମିଳନି କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ କୃଷି ଉତ୍ପାଦନର ବଜାରୀକରଣ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଦ୍ୱାରା ସମବାୟ ସମିତି ନିମନ୍ତେ ଉପଲବ୍ଧ ବିଭିନ୍ନ ଋଣ ସୁବିଧା ସମ୍ପର୍କରେ ପୃଥକ ପୃଥକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ ନିବନ୍ଧକ, କୋରାପୁଟ ସମବାୟ ବିଭାଜନ ଜୟପୁର, (ଡିଆରସିଏସ) ମିନିକା ରାୟ, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ହରିଶ୍ଚନ୍ଦ୍ର ବନାଗାଡି, ଡିଡିଏମ ନାବାର୍ଡ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଭାବେ ସିଡିଏମ ନାବାର୍ଡ ଏସ କେ ତାଲୁକଦାର ଉପସ୍ଥିତ ରହିଥିଲେ । କୋରାପୁଟ ଜିଲାର ବିଭିନ୍ନ ଲ୍ୟାମ୍ପ ଓ ଅନ୍ୟ ସମବାୟ ସମିତି ସଭ୍ୟ ସଭ୍ୟା କମିଟିର ସଦସ୍ୟ ସଦସ୍ୟା, କର୍ମଚାରି ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । କୃଷି ଉତ୍ପାଦର ବଜାରୀକରଣ ସମ୍ପର୍କରେ ଆରଏମସି ଜୟପୁର ଏବଂ କୋରାପୁଟର କର୍ମଚାରି ମାନେ ଆଲୋକପାତ କରିଥିଲେ । ଏବଂ ଇ- ନାମ ମାଧ୍ୟମରେ ବଜାରୀକରଣ ମାଧ୍ୟମରେ ସଚେତନ କରାଯାଇଥିଲା । ଏନସିଡିସି ଦ୍ୱାରା ଉପଲବ୍ଧ ଋଣ ସମ୍ପର୍କରେ ଡିଆରସିଏସ ଅଫିସର ଏସଏଆରସିଏମ ଶିଶିରକାନ୍ତ ଦାସ, ବ୍ୟାଙ୍କ ମ୍ୟାନେଜର ମନୋଜ ସାହୁ ଅଂଶଗ୍ରହଣକାରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଲ୍ୟାମ୍ପ ମାନଙ୍କର କମ୍ପୁଟର କରଣର ପଦ୍ଧତି ସମ୍ପର୍କରେ ଏସ ଇଣ୍ଡିଆ ତରଫରୁ କୋରାପୁଟ ଜିଲା ନିମନ୍ତେ ନିଯୁକ୍ତ ଅଧିକାରି ମାନେ ଲ୍ୟାମ୍ପସ କର୍ମଚରୀ ମାନଙ୍କୁ ମୁଝାଇଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମବାୟର ଉନ୍ନତି କଳ୍ପେ ରହିଥିବା ଯୋଜନା ସମ୍ପର୍କରେ ମୁଖ୍ୟ ଅତିଥି ତଥା ନାବାର୍ଡ ସିଜିଏମ ସମସ୍ତଙ୍କୁ ଅବଗତ କରାଇଥିଲେ । ଓ ଏହି ଅଞ୍ଚଳର ସମସ୍ତ ଯୋଗ୍ୟ ବାସିନ୍ଦାଙ୍କୁ ସଭ୍ୟ ଭୁକ୍ତ କରାଇବା ନିମନ୍ତେ ଆହ୍ୱାନ କରିଥିଲେ । ବ୍ୟାଙ୍କର ସଭାପତି ପାଣିଗ୍ରାହୀ ବ୍ୟାଙ୍କ ତରଫରୁ ରହିଥିବା ବିଭିନ୍ନ ଋଣର ସୁବିଧା ସମ୍ପର୍କରେ ଅବଗତ କରାଇବା ସହ ଆଗାମି ଯୋଜନା ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳା ଓ ସଭାକୁ ଏସଆରସିଏସ ଶିଶିରକାନ୍ତ ଦାସ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande