ସମ୍ବଲପୁର, ୨୬ ସେପ୍ଟେମ୍ବର(ହି.ସ.) – ଦେଶ ବ୍ୟାପୀ ପାଳିତ ହେଉଥିବା ୧୭ ସେପ୍େଟମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସେବା ପକ୍ଷ - ୨୦୨୫'ପାଳନ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ' ଯୁବ ମାରାଥନ୍' ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ବହୁସଂଖ୍ୟାରେ ବିଶେଷକରି ଯୁବବର୍ଗଙ୍କ ଅଂଶଗ୍ରହଣ କରିଥିଲେ।ମ୍ୟାରାଥନ ଆୟୋଜନର ଉଦ୍ଦେଶ୍ୟ ହେଉଛି ସମାଜରେ ସ୍ୱଚ୍ଛତାର ସେବାଭାବ, ସ୍ୱାସ୍ଥ୍ୟ ଆଦି ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଠି କରିବା।
ଏହି ମାରାଥନକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିଧାୟକ ଶ୍ରୀ ମିଶ୍ର ଏହି ମାରାଥନରେ ଯୋଗଦେଇ ସମସ୍ତ ଯୁବବର୍ଗଙ୍କୁ ପ୍ରଥମେ ନିଜ ଘରକୁ, ନିଜ ଅଂଚଳକୁ ସଫା ରଖିଲେ ଯାଇ ଆମ ଦେଶ ସ୍ୱଚ୍ଛ ହେବ, ଉନ୍ନତିରେ ପଥରେ ଅଗ୍ରଗତି କରିବ ବୋଲି ଆହ୍ୱାନ ଦେଇଥିଲେ। ସ୍ୱଚ୍ଛତା ହିଁ ସେବା, ଏହା ଗାନ୍ଧିଜୀଙ୍କ ମୂଳମନ୍ତ୍ର ଥିଲା। ଦେଶକୁ ସୁସ୍ଥ ରଖିବା ପାଇଁ ଆମେ ଆମ ସମ୍ବଲପୁର ସହରକୁ ସ୍ୱଚ୍ଛତାରେ ଏକ ନମ୍ବର କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆୟୋଜିତ ମାରାଥନରେ ଛାତ୍ର ବର୍ଗ ରେ ଆକାଶ ମିର୍ଦ୍ଧା ପ୍ରଥମ ସ୍ଥାନ, ରାଜୁ ଓରାମ ଦ୍ୱିତୀୟ ସ୍ଥାନ ଓ ନୀଳାଂଚଳ ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ବର୍ଗରେ ନମିତା ଓରାମ ପ୍ରଥମ ସ୍ଥାନ, ଅମିଶା ଓରାମ ଦ୍ୱିତୀୟ ସ୍ଥାନ ନାନୁ କେୱଟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ମାରଥନରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ଜିଲ୍ଲା କ୍ରିଡା ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବବର୍ଗ, ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ