କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଳପତ୍ର ପଖିଆ ଓ ଚାଷୀ ମୃତ୍ୟକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଧୁନିକତାରେ ଏବେ ବି ବଂଚି ରହିଛି ତାଳପତ୍ର ପଖିଆ, ଯାହା ଚାଷୀ ଭାଇର ସୁରକ୍ଷା କବଚ। ବର୍ଷା ହେଉ କି ଖରା ଅବା ଶୀତ କାକର ପୁରୁଖା ଚାଷୀଙ୍କର ଏହା ଥିଲା ଅମୋଘ ଅସ୍ତ୍ର । ଏବେ ଆଧୁନିକତାର ଦ୍ୱାହି ଦେଇ କିଛି ଯୁବ ଚାଷୀ ପଲଥିନ ପଖିଆ ପଛରେ ଧାବମାନ ସେଥିପାଇଁ ଚାଷୀ ମୃତ୍ୟହାର ବଢ଼ି ଚାଲିଛି। ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ଅଂଚଳର ଚାଷୀ ଭାଇମାନଙ୍କ ସହ ଶୁଭାରମ୍ଭ ହୋଇଛି। ତାଳପତ୍ର ପଖିଆ ବ୍ୟବହାର କରୁଥିବା ଚାଷୀ ବଜ୍ରପାତରୁ ରକ୍ଷା ପାଇବା ପୁରୁଣା ଚାଷୀମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ଟ୍ରଷ୍ଟର ବୟସ୍କ ସଦସ୍ୟ ମଧୁସୂଦନ ରାଉତ, ସମ୍ପାଦକ ରାଜେଶ ବାରିକ, କେଦାର ସ୍ୱାଇଁ, କାଳନ୍ଦୀ ମଲ୍ଲିକ ଓ ଅଂଚଳର ବରିଷ୍ଠ ଚାଷୀ ମନୋଜ କୁମାର ଜେନା ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି