ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)- ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଟାଙ୍କୁଆ ପଞ୍ଚାୟତର ସିରିଗୁଡା ଗ୍ରାମର ଶିବ ଶଙ୍କର ପାଣିଗ୍ରାହୀ (୩୩)। ସୂଚନା ଅନୁଯାୟୀ, ଟାଙ୍କୁଆ ପଞ୍ଚାୟତର ସିରିଗୁଡା ଗ୍ରାମର ଶିବ ଶଙ୍କର ପାଣିଗ୍ରାହୀ (୩୩) ନାମରେ ଜୟପୁର ସଦର ଥାନାରେ ୨୦୧୭ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେମାନେ ଫେରାର ଥିବାବେଳେ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି