ଧର୍ମଶାଳା,୨୬ସେପ୍ଟେମ୍ବର(ହି.ସ.) - ଆଜି ଓଡିଶା ପ୍ରଶାସନିକ ସେବା୨୦୨୩ (ଓଏଏସ୍) ରେଜଲ୍ଟ ପ୍ରକାଶ ପାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳର ସେକ୍ ନୁରୁଲ ହକ୍ ଓ ମା’ ରାହିଲା ସୁଆବ୍ଙ୍କ ମଝିଆ ପୁଅ ମହମ୍ମଦ ନଜିବ୍ ହାତିବ୍ ଓଏସସ୍ ପରୀକ୍ଷାରେ ୮ ନମ୍ବର ର୍ୟାଙ୍କ ପାଇଛନ୍ତି । ଆଜି ଏହି ଖବର ପ୍ରଚାରିତ ହେବା ପରେ ବ୍ରହ୍ମବରଦା ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲରେ ସିବିଏସ୍ଇ ମାଧ୍ୟମରେ ମାଟ୍ରିକ୍ ପାସ୍ କରିବା ପରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଭୁବନେଶ୍ୱରସ୍ଥିତ ୟୁନିଟ୍ ୮ରେ ଡିଏଭିରେ ପାଠ ପଢୁଥିଲେ । ପରେ ଡେରାଡୁନସ୍ଥିତ ପେଟ୍ରୋକେମିକାଲ କଲେଜରୁ ବିଟେକ ପାସ୍ କରିଥିଲେ । ପାଠ ପଢା ସହିତ ସେ ଓଏଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ୨୦୨୨ ମସିହାରେ ଓଏଏସ୍ ପରୀକ୍ଷାରେ ୨୨୫ ନମ୍ବର ର୍ୟାଙ୍କ ପାଇ ସଫଳତା ପାଇଥିଲେ । ନିଜକୁ ର୍ୟାଙ୍କରେ ଉନ୍ନତି ଆଣିବା ପାଇ ପୁନଃର୍ବାର ୨୦୨୩ ମସିହା ପାଇଁ ପ୍ରସ୍ତତ ହେଉଥିଲେ । ତେବେ ଆଜି ଓଏଏସ୍ ରେଜଲ୍ଟ ଆସିବା ପରେ ୮ ନମ୍ବର ର୍ୟାଙ୍କରେ ତାଙ୍କ ନାମ ଥିବା ଜଣାପଡିଥିଲା । ଯାହାକୁ ନେଇ ଆଜି ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କର ଏହି କୃତିତ୍ୱ ପାଇଁ ବାପା ନୁରୁଲ,ମା’ ରାହିଲା ସୁଆବ୍ ଓ ମାଉସୀ ସଦାଫ ସୁଆବ୍ଙ୍କ ସହ ବଡଭାଇ ,ବନ୍ଧୁ ପରିବାର ବର୍ଗ,କଲେଜର ସମସ୍ତ ଶିକ୍ଷକ ବୃନ୍ଦ ଓ ତାଙ୍କ ସହପାଠୀ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ସଫଳତାରେ ବ୍ରହ୍ମବରଦା ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଆଲ୍ ଉମା’ ଓ ଉତ୍କଳ ଗୌରବ ସେବା ସଂସଦ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ