ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ ୨୦୨୬ ପ୍ରସ୍ତୁତିର ସମୀକ୍ଷା କଲେ ସିଇଓ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍
ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ ୨୦୨୬ ପ୍ରସ୍ତୁତିର ସମୀକ୍ଷା କଲେ ସିଇଓ


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନର ବର୍ତମାନର ସ୍ଥିତି ଏବଂ ବିଶେଷ ସଘନ ସଂଶୋଧନର ସୁଗମ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ସମସ୍ତସ୍ତରରେ ନିର୍ବାଚନ ଆୟୋଗ ଦ୍ୱାରା ନିୟମିତ ଭାବରେ ଦିଆଯାଉଥିବା ନିର୍ଦ୍ଦେଶନାମାର ସମୟୋଚିତ ଅନୁପାଳନ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଅଧିକାରୀ ମାନଙ୍କୁ ଅଧିକ କ୍ରିୟାଶୀଳ ହେବା ସହିତ ଏବଂ ସଂଶୋଧନ ପ୍ରକ୍ରିୟା ଚାଲୁଥିବା ଓ ଅନ୍ୟାନ୍ୟ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୦୨ ଏବଂ ୨୦୨୫ ନିର୍ବାଚନ ତାଲିକା ମଧ୍ୟରେ ତୁଳନାତ୍ମକ ସ୍ଥିତି ଏବଂ ସାରାଂଶ ରିପୋର୍ଟ ଦାଖଲ , ୨୫.୦୯.୨୦୨୫ ତାରିଖ ସୁଦ୍ଧା ଫର୍ମ ୬, ୭, ଏବଂ ୮ ର ବିସ୍ଥାପନ , ବିଶେଷ ସଘନ ସଂଶୋଧନ ସୂଚୀ ଘୋଷଣା ପରେ ତୁରନ୍ତ ପରିଗଣନା ଫର୍ମ ମୁଦ୍ରଣ ଏବଂ ସେଗୁଡ଼ିକର ବୁଥ୍ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରିବା , ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ମାନଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟକଳାପ ସହ ଜଡ଼ିତ ଖାଲି ପଦବୀ ପୂରଣ କରିବା , ନିର୍ବାଚକ ପଞ୍ଜୀକରଣ ଅଧିକାରୀ /ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଆବଶ୍ୟକୀୟ ସାମଗ୍ରୀର ପରିବହନ ଏବଂ ମାନବ ସମ୍ବଳ ସହାୟତାରେ ସ୍ଥିରୀକୃତ ସ୍ଥାନରେ ପରିଗଣନା ଫର୍ମ ଅପଲୋଡ୍ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ ନେଇ ବୈଠକରେ ଆଲୋଚନା ହୋଇଥିଲା।

.............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande