ଛାତ୍ରଛାତ୍ରୀଙ୍କୁ ଶ୍ରମିକ ସଜାଇବା ପଡିଲା ମହଙ୍ଗା, ଗୋପିନାଥପୁର ସରପଂଚଙ୍କ ନିଲମ୍ବନ କାଏମ
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ନିଜ ଅଂଚଳର ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କୁ ମନରେଗା କାର୍ଯ୍ୟରେ ଶ୍ରମିକ ସଜେଇ ଅର୍ଥ ହରିଲୁଟ କରିଥିବା ସରପଂଚଙ୍କୁ ରାଜ୍ୟ ସରକାର ଗତ ୧୦ତାରିଖ ଦିନ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ମାତ୍ର ଏହି ଆଦେଶ ବିରୁଦ୍ଧରେ ସଂପୃକ୍ତ ସରପଂଚ ରାଜ୍ୟ ଉଚ୍ଚ ନ୍ୟାୟୟଳର
ଛାତ୍ରଛାତ୍ରୀଙ୍କୁ ଶ୍ରମିକ ସଜାଇବା ପଡିଲା ମହଙ୍ଗା, ଗୋପିନାଥପୁର ସରପଂଚଙ୍କ ନିଲମ୍ବନ କାଏମ


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ନିଜ ଅଂଚଳର ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କୁ ମନରେଗା କାର୍ଯ୍ୟରେ ଶ୍ରମିକ ସଜେଇ ଅର୍ଥ ହରିଲୁଟ କରିଥିବା ସରପଂଚଙ୍କୁ ରାଜ୍ୟ ସରକାର ଗତ ୧୦ତାରିଖ ଦିନ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ମାତ୍ର ଏହି ଆଦେଶ ବିରୁଦ୍ଧରେ ସଂପୃକ୍ତ ସରପଂଚ ରାଜ୍ୟ ଉଚ୍ଚ ନ୍ୟାୟୟଳର ଦ୍ୱାରସ୍ଥ ହୋଇ ନିଜର ସ୍ଥିତବସ୍ଥା ଜାହିରୀ କରିଥିଲେ । ପରେ ଭଦ୍ରକ ଜିଲ୍ଲାପାଳ ସଂପୃକ୍ତ ସରପଂଚ ବାପୁନ ବାରିକଙ୍କୁ ନିଜ ପଦବୀର ଅପବ୍ୟବହାର ରୋକିବା ପାଇଁ ସେହି ପଂଚାୟତରେ ଥିବା ନାଏବ ସରପଂଚଙ୍କ ଦାୟିତ୍ୱ ହସ୍ତାନ୍ତରିତ କରିବାକୁ ଚିଠି ମଧ୍ୟ କରିଥିଲେ ମାତ୍ର ସଂପୃକ୍ତ ସରପଂଚ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିବାରୁ ସେ କୋଣସି କଥା ମାନି ନଥିଲେ । ଗତ ୨୫ତାରିଖ ଦିନ ହାଇକୋର୍ଟ ତାଙ୍କ ଶୁଣାଣୀରେ ଗୋପିନାଥପୁର ସରପଂଚ ବାପୁନ ବାରିକଙ୍କୁ ରାଜ୍ୟ ସରକାରଙ୍କ ନିଲମ୍ବନ ଆଦେଶ କୁ କାଏମ ରଖିଛନ୍ତି ଏବଂ ତୁରନ୍ତ ନିଜର ଦାୟିତ୍ୱ ସଂପୃକ୍ତ ପଂଚାୟତର ନାଏବ ସରପଂଚଙ୍କୁ ହସ୍ତାନ୍ତରିତ କରିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି ବୋଲି ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଚାନ୍ଦବାଲି ବ୍ଲକ ଗୋପିନାଥ ପୁର ପଂଚାୟତରେ ୨୦୨୧-୨୨ ଏବଂ ୨୦୨୩-୨୪ ଆର୍ଥିିକ ବର୍ଷରେ ଗୋପିନାଥ ପୁର ସରପଂଚ ବାପୁନ ବାରିକ ନିଜ ପଂଚାୟତରେ ବିଦ୍ୟାଳୟରେ ଅଧ୍ୟୟନରତ ୮ଜଣ ଛାତ୍ରଛାତ୍ରୀଙ୍କୁ ମନରେଗା କାର୍ଯ୍ୟରେ ଶ୍ରମିକ ବୋଲି ଦର୍ଶାଇ ଏହି ଅର୍ଥକୁ ହରିଲୁଟ କରିଥିଲେ । ଏହି ତଦନ୍ତ ସରିବା ପରେ ସମସ୍ତ ରିପୋର୍ଟ ଭଦ୍ରକ ଜିଲ୍ଲାପାଳ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଶଚିବଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ ତଥ୍ୟ ଆଧାରରେ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଶଚିବ ପତ୍ର ସଂଖ୍ୟା ପିଆ-ପିଏଡିଏମ-ଇଏସଟିଟି-୦୦୪୧-୨୦୨୫,୨୪୫୪୫ ପତ୍ରସଂଖ୍ୟା ଅନୁଯାଇ ଗୋପିନାଥପୁର ସରପଂଚ ବାପୁନ ବାରିକଙ୍କୁ ସରପଂଚ ପଦବୀରୁ ନିଲମ୍ବନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande