କରଞ୍ଜମାଳ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଜନ ସଂଘର ପ୍ରତିଷ୍ଠାତା ଦିନ ଦୟାମ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତପାଳିତ ହୋଇ ଯାଇଛି। ରମାକାନ୍ତ ମଲିକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଉପସ୍ତିତ ବକ୍ତା ମାନେ ପଣ୍ଡିତ ଦୀନ ଦୟାଲ ଉପ
karanjamala dindayal upadhaya jayanti


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଜନ ସଂଘର ପ୍ରତିଷ୍ଠାତା ଦିନ ଦୟାମ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତପାଳିତ ହୋଇ ଯାଇଛି। ରମାକାନ୍ତ ମଲିକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଉପସ୍ତିତ ବକ୍ତା ମାନେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୀବନ ଦର୍ଶନ ଏକାତ୍ମ ମାନବବାଦ, ସ୍ୱଦେଶୀ ଚିନ୍ତ ସମ୍ପର୍କରେ ଆଲୋଚନା କରିବା ସହ ଆତ୍ମ ନିର୍ଭରଶୀଳ ଭାରତ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ସଭାରେ ରମାକାନ୍ତ ମଲିକ, ରାକେଶ ରଞ୍ଜନ ଭଳ, ରଞ୍ଜନ ବାରିକ, ବିରକିଶୋର ଭଳ, ସୁଧାଂଶୁ ମହାନ୍ତି, ପଦ୍ମଲୋଚନ ବେହେରା, ଗୋବିନ୍ଦ ଚନ୍ଦ୍ର ଦାଶ, ଲିପୁନା ଦାଶ, ସରୋଜ ବାରିକ, ଅଶୋକ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande