କେବିସି ହଟ୍‌ସିଟ୍‌ରେ ବଲାଙ୍ଗୀରର କୁମାରୀ ପୂଜା
ବଲାଙ୍ଗୀର, ୨୬ ସେପ୍ଟେମ୍ବର(ହି.ସ.) – କୌନ୍ ବନେଗା କରୋଡ୍‌ପତି ଦେଶର ଅନ୍ୟତମ ଲୋକପ୍ରିୟ କାର୍ଯ୍ରକ୍ରମ ଭାବେ ବେଶ ପରିଚିତ। ଏଥିରେ ବଲାଙ୍ଗୀର ସାଲେପାଲି ନିବାସୀ କୁମାରୀ ପୂଜା ହଟ୍‌ସିଟ୍‌ରେ ପହଂଚିଛନ୍ତି। ଯାହା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି। କୁମାରୀ ପୂଜା ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ
କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର କୁମାରୀ ପୂଜା


ବଲାଙ୍ଗୀର, ୨୬ ସେପ୍ଟେମ୍ବର(ହି.ସ.) – କୌନ୍ ବନେଗା କରୋଡ୍‌ପତି ଦେଶର ଅନ୍ୟତମ ଲୋକପ୍ରିୟ କାର୍ଯ୍ରକ୍ରମ ଭାବେ ବେଶ ପରିଚିତ। ଏଥିରେ ବଲାଙ୍ଗୀର ସାଲେପାଲି ନିବାସୀ କୁମାରୀ ପୂଜା ହଟ୍‌ସିଟ୍‌ରେ ପହଂଚିଛନ୍ତି। ଯାହା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି। କୁମାରୀ ପୂଜା ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ ଅଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଅଭିନିଶ କୁମାରଙ୍କ ଧର୍ମପତ୍ନୀ। ଗତ ସେପ୍ଟେମ୍ବର ୪ ଓ ୫ ତାରିଖରେ ଏହି ଏପିସୋଡ ସୋନି ଟିଭିରେ ପ୍ରସାରିତ ହୋଇଥିଲା। ଏଥିରେ କୁମାରୀ ପୂଜା ହଟ୍‌ସିଟ୍‌କୁ ଚୟନ ହେବା ପରେ ୧୨ ରାଉଣ୍ଡ ପର୍ଯ୍ୟନ୍ତ ସଠିକ୍ ଉତର ଦେଇ ୧୨.୫ ଲକ୍ଷ ଟଙ୍କା ଜିତିବାକୁ ସକ୍ଷମ ହୋଇଥିଲେ। ତାଙ୍କର ବୁଦ୍ଧିମତାକୁ ମହାନାୟକ ଅମିତାଭ ବଚ୍ଚନ ପ୍ରଶଂସା କରିଥିଲେ। କୁମାରୀ ପୂଜା ତାଙ୍କର ଏହି ସଫଳତା ପାଇଁ ସ୍ୱାମୀ ଓ ପରିବାର ବର୍ଗଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତାଙ୍କର ଏହି ଉପଲବ୍ଧିରେ ଉଭୟ ସ୍ୱାମୀ ସ୍ତ୍ରୀ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande