ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ସରକାରୀ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟାଳୟ ପରିସରରେ ଏକ ଗ୍ରାମସଭାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ଗୋଟିଏ ପଟରେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପରୀକ୍ଷା ଚାଲିଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିସରରେ ଏକ ସଭା ଡକାଇଲେ ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଦାବୀ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା କୁଆମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରବାର ଦିନ ୨ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସମୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ଶତପଥୀ କୁଆମରା ଗ୍ରାମର ଶତାଧିକ ଲୋକଙ୍କୁ ଡାକି ବିଦ୍ୟାଳୟ ପରିସର ମଧ୍ୟରେ ଏକ ସଭା କରିଥିଲେ।ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କୁ ପଚାରିବାରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହିଁକି ପରୀକ୍ଷା ଚାଲୁଥିବା ସମୟରେ ଏହି ଜରୁରୀ ସଭା ଡାକିଲେ ଏହି ସଭା ଦିନ ୧୧ ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଲା ତାହା ଯଥାର୍ଥ ତା କିଛି ନାହିଁ ଏବଂ କିଛି ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ନିଜ ମନମାନୀରେ ବିଦ୍ୟାଳୟ ଚଳାଉଛନ୍ତି ଏବଂ ପରୀକ୍ଷା ସମୟରେ ଏପରି ସଭା ଡାକିବା କୁ ନାପସନ୍ଦ ମଧ୍ୟ କରିଛନ୍ତି। ମାତ୍ର ସଂପୃକ୍ତ ବିଦ୍ୟାଳର ପ୍ରଧାନ ଶିକ୍ଷକ କାହିଁକି ପରୀକ୍ଷା ସମୟରେ ଗ୍ରାମବାସୀଙ୍କୁ ଡକାଇ ମିଟିଂ କରୁଛନ୍ତି ତାହାର କୌଣସି ଉତର ରଖି ନଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ସିଆରସିସି ତ୍ରିଲୋଚନ ଦାସ ମଧ୍ୟ ଏହି କଥା ଉପରେ ନିଜର ତୀବ୍ର ପ୍ରତିକ୍ରିୟା ରଖିବା ସହ ଏହି ସଭା ପରୀକ୍ଷା ସମୟରେ ଡକାଇବା ଆଇନ ସମ୍ମତ ନୁହେଁ ବୋଲି ମଧ୍ୟ କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ପ୍ରଧାନ ଶିକ୍ଷକ ମୋଦୀଙ୍କ ଜନ୍ମ ଦିନରେ ଏହି ବିଦ୍ୟାଳୟ ପରିସରରେ ଗ୍ରାମବାସୀ ବୃକ୍ଷ ରୋପଣ କରିବାକୁ ଚାହୁଁଥିବା ବେଳେ ସଂପୃକ୍ତ ପ୍ରଧାନଶିକ୍ଷକ ଅନୁମତି ମଧ୍ୟ ଦେଇ ନଥିଲେ। କିଛିଦିନ ପୂର୍ବରୁ ସଂପୃକ୍ତ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରଙ୍କୁ ଲଗାଇ କାଠ ବୋହିବା ଏବଂ ବିଦ୍ୟାଳୟ ପରିସରରେ ଏକ ଛାତ୍ରକୁ ବାଡେଇବାରୁ ସଂପୃକ୍ତ ଛାତ୍ରର ଅଭିଭାବକ ଏହାକୁ ବିରୋଧ କରିଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷକ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।ଦିନକୁ ଦିନ ବିବାଦୀୟ ହୋଇ ପଡୁଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ଏବଂ କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ଏପରି ସଭା ଡକାଇବାର କୌଣସି ଯଥାର୍ଥତା ନାହିଁ ବୋଲି ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ