ବଲାଙ୍ଗୀର, ୨୬ ସେପ୍ଟେମ୍ବର(ହି.ସ.) – ନିଃସ୍ୱାର୍ଥପର ସେବା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ତଥା ସର୍ବବିଧ ସାମାଜିକ ଉନ୍ନତିକୁ ହିଁ ପ୍ରାଥମିକ ଦେବାର ସଂକଳ୍ପ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓ ଏହି ଲକ୍ଷ୍ୟ ପୂରଣ ନେଇ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରର ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦ୍ଯାପିତ ହୋଇଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଗନ୍ଧରେଲ ଠାରେ ସମ୍ପୃକ୍ତ ସ୍ୱତନ୍ତ୍ର ଶିବିରଟି ଆୟୋଜିତ ହୋଇଥିଲା ଓ ବିଗତ ବର୍ଷରୁ ଉକ୍ତ ଅଂଚଳଟିକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରାଯାଇଛି ଓ ଚଳିତ ବର୍ଷ ମଧ୍ୟ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇ ବୃକ୍ଷରୋପଣ, ସଡ଼କ ସୁରକ୍ଷା, ସ୍ୱଚ୍ଛତା ଅଭିଯାନ, ନାରୀଶିକ୍ଷାର ଗୁରୁତ୍ୱ, ନିଶାମୁକ୍ତି ଅଭିଯାନ ଇତ୍ୟାଦି ସମ୍ପର୍କରେ ଜନଜାଗରଣର ପ୍ରୟାସ କରାଯାଇଥିଲା ଓ ଆଜି ଉକ୍ତ ସପ୍ତାହବ୍ୟାପୀ ଶିବିରର ଉଦଯାପନୀ ଦିନ ଥିଲା ଓ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିଲେ ଓ ମୁଖ୍ୟ ଅଧିକାରୀ ଭାବରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅଜିତ କୁମାର ଭୋଇ ଉପସ୍ଥିତ ରହିଥିଲେ ଓ ଭାରପ୍ରାପ୍ତ ଅଧିକାରୀ ଡଃ ମିନତୀ ଦେବତା ଆମୂଳଚୂଳ କାର୍ଯ୍ୟକ୍ରମର ସଂଚାଳନ କରିଥିବାବେଳେ ଡଃ ଭୁବନେଶ୍ୱର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏ ଅବକାଶରେ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ‘ନିଶା ହିଁ ଦଶା’ ଶୀର୍ଷକ ଏକ ନାଟକ ପ୍ରଦର୍ଶନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ