ଧର୍ମଶାଳା,୨୬ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ ଓ ରେଡକ୍ରସ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧନାଶିକ୍ଷୟିତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଅଚାର୍ଯ୍ୟଙ୍କ ତତ୍ୱବଧାନରେ କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ସାହାଣୀଙ୍କ ନେତୃତ୍ୱରେ ବିଦ୍ୟାଳୟର ସ୍କାଉଟ୍ ଗାଇଡ ଓ ରେଡକ୍ରସର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସର ଓ ସରକାରୀ ସ୍ଥାନମାନଙ୍କରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହେମନ୍ତ କୁମାର ବେହେରା,ସତ୍ୟରଂଜନ ପ୍ରାଣିଗ୍ରାହୀ,ସୌମିତ ମଲ୍ଲିକ,ମୁନା ସାମଲ,ସ୍ୱରଜିତ ନାୟକ,ତ୍ରିଲୋଚନ ସାହୁ,ଲକ୍ଷ୍ମଣ କୁମାର ନନ୍ଦ,ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ,ଲକ୍ଷ୍ମୀପ୍ରିୟା ପରିଡା,ପ୍ରିୟଙ୍କା ନାୟକ ଓ ଗଙ୍ଗୋତ୍ରୀ ସାହୁଙ୍କ ସମେତ ଶିକ୍ଷାକର୍ମଚାରୀ ପ୍ରମୁଖ ଚାରାରୋପଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତତ୍ ସହିତ ଗଛ ଲଗାଇବା ଓ ଗଛ ବଂଚାଇବା ନେଇ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ