ମାଲକାନଗିରି, ୨୭ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହି ୫ଟି କେନ୍ଦ୍ରରେ ସମସ୍ତ ବ୍ଲକ୍ ର ୧୪୪୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ ଏହି ପରୀକ୍ଷା ନିମନ୍ତେ ୧୫୧୯ ଜଣ ଆବେଦନ କରିଥିବା ବେଳେ ୭୦ ଜଣ ଆବେଦନକାରୀ ଅନୁପସ୍ଥିତ ଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତାର ସହିତ ଆୟୋଜନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ