କେନ୍ଦୁଝର, ୨୭ ସେପ୍ଟେମ୍ବର(ହି.ସ.) – ଆଜି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୨୦୨୨ ମସିହାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାର ବିଚାରକରି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡ଼ ଡୁମୁରିୁଆ ଗ୍ରାମର ମୁଣ୍ଡାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଦଶ ହଜାର ଟଙ୍କା ଜୋରିମାନା ହୋଇଥିବାବେଳେ ଅନାଦେୟ ଏକ ବର୍ଷ କାରାଦଣ୍ଡ ସଜା ଶୁଣାଇଛନ୍ତି। ଏହି ଘଟଣାରେ ପୀଡ଼ିତାକୁ ପାଂଚଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA