୨୦୦ ଗ୍ରାମ ବ୍ରାଉନସୁଗାର ଜବତ : ୨ ଗିରଫ
ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ପୁରୀ ସଦରଥାନା ଅଧୀନ ନୀଳଚକ୍ର ନଗରରୁ ପୋଲିସ ୨ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏ ସମ୍ପର୍କରେ ପୁରୀ ସଦରଥାନାରେ ୫୭୮/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା (୬୦) ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ମହମ୍ମଦ ଶାଜଦ ଓରଫ ରାଜା ( ୩୦
୨ ସହ ଗ୍ରାମ ବ୍ରାଉନସୁଗାର ଜବତ ୨ ଗିରଫ


୨ ସହ ଗ୍ରାମ ବ୍ରାଉନସୁଗାର ଜବତ ୨ ଗିରଫ


ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ପୁରୀ ସଦରଥାନା ଅଧୀନ ନୀଳଚକ୍ର ନଗରରୁ ପୋଲିସ ୨ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏ ସମ୍ପର୍କରେ ପୁରୀ ସଦରଥାନାରେ ୫୭୮/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା (୬୦) ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ମହମ୍ମଦ ଶାଜଦ ଓରଫ ରାଜା ( ୩୦)କୁ ପୋଲିସ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି । ତା' ଠାରୁ ୨ଶହ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ ଓ ନଗଦ ୫ ହଜାର ୨ ଶହ ଟଙ୍କା ପୋଲିସ ଜବତ କରିଛି । ଏହାର ଆନୁମାନିକ ମୂଲ୍ଯ ୨୨ ଲକ୍ଷ ଟଙ୍କା ହେବ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି ଚଢଉ କରିଥିଲା ।

ଏ ସମ୍ପର୍କରେ ଶନିବାର ସଂଧ୍ଯାରେ ଏସପି ପ୍ରତୀକ ସିଂଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅପରେସନ ଚକ୍ର ଜିଲ୍ଲା ସାରା ବୁଲୁଛି । ନିଶା କାରବାର ରୋକିବା ପାଇଁ ଜିଲ୍ଲାର ସମସ୍ତ ଥାନା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାରେ ଅପରାଧ ରୋକିବା ଓ ନିଶା କାରବାର ବନ୍ଦ କରିବା ପାଇଁ କଡା ପଦକ୍ଷେପ ନିଆଯାଉଛି । ନିଶା ଆସୁଛି କେଉଁଠୁ, ଆଣୁଛି କିଏ, ରଖୁଛି କିଏ ଓ ବିକ୍ରି କରୁଛି କିଏ ପୋଲିସ ତୀକ୍ଷ୍ଣ ନଜର ରଖିଛି । ମହିଳା ଜଣକ ବହୁ ଦିନ ଧରି ଏହି ବେପାର କରୁଥିଲେ । ଆଗକୁ ଏହି ଚଢଉ ଯୋରଦାର କରାଯିବ ବୋଲି ଏସପି ଶ୍ରୀ ସିଂ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande