ଧର୍ମଶାଳାର ପ୍ରାକ୍ତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ
ଧର୍ମଶାଳା, ୨୭ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ । କାଙ୍ଗାଳି ପଣ୍ଡା ଚରିଟେବୁଲ ଟ୍ରଷ୍ଟ ପକ୍ଷରୁ ରସୁଲପୁର ବ୍ଲକ କୁଆଖିଆଠାରେ ୮୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ପ୍ରହଲ୍ଲାଦ ପଣ୍ଡାଙ୍କ ସଭ
ଧର୍ମଶାଳାର ପ୍ରାକ୍ତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ


ଧର୍ମଶାଳା, ୨୭ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ । କାଙ୍ଗାଳି ପଣ୍ଡା ଚରିଟେବୁଲ ଟ୍ରଷ୍ଟ ପକ୍ଷରୁ ରସୁଲପୁର ବ୍ଲକ କୁଆଖିଆଠାରେ ୮୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ପ୍ରହଲ୍ଲାଦ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ସଂଗଠନ ସୃଜନ ଉପ ସଭାପତି ସୁଧାଂଶୁ ଶେଖର ଦେଓ, ଯାଜପୁର ଜିଲାର ନବ ନିଯୁକ୍ତ ଜିଲା ସଭାପତି ମାଗୁଣି ଚରଣ ଜେନା,କଂଗ୍ରେସ ନେତ୍ରୀ ମନୋରମା ଆଚାର୍ଯ୍ୟ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶଶିଭୁଷଣ ସାହୁ,ଏଆଇସିସି ସଦସ୍ୟା ମଧୁସ୍ମିତା ଆଚାର୍ଯ୍ୟ,ରସୁଲପୁର ବ୍ଲକ କଂଗେସ ସଭାପତି ମିହିର ମିଶ୍ର ଓ ପୂର୍ବତନ ବ୍ଲକ କମିଟି ସଭାପତି ଚନ୍ଦ୍ରମଣୀ ଦାଶ ପ୍ରମୁଖ ଯୋଗଦେଇ କାଙ୍ଗାଳୀ ପଣ୍ଡାଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ରସୁଲପୁର ବ୍ଲକ ଓ ଧର୍ମଶାଳା ବ୍ଳକର ବିଭିନ୍ନ ପ୍ରାନ୍ତରୁ କାଙ୍ଗାଳୀ ପ୍ରେମୀ ଯୋଗ ଦେଇ ତାଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । କାଙ୍ଗାଳି ଚରଣ ପଣ୍ଡାଙ୍କ ପୁତ୍ରବଧୁ ଓ ଟ୍ରଷ୍ଟର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande