ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ବେଆଇନ ଜମି ନିଲାମକୁ ନେଇ ବିଏମସି ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସରକାରୀ ଜମି ଜବରଦଖଲ ବେଆଇନ ଅଟେ। ଜବରଦଖଲ ସଂପର୍କିତ ଅଭିଯୋଗର ତଦନ୍ତ ଲାଗି କମିଟି ଗଠନ କରାଯାଇଛି। ତଦନ୍ତ ସରିଲେ ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା