ବିପଦ ସଂକୁଳ ସ୍ଥିତିରେ ତୁର୍କେଲ ବ୍ରିଜ, ଦବିଗଲା ବ୍ରିଜ
ଭବାନୀପାଟଣା, ୨୭ ସେପ୍ଟେମ୍ବର (ହି.ସ.)- ଆଜି ସକାଳେ ଭବାନୀପାଟଣା ଓ ଖରିଆର ୧୬ ନମ୍ୱର ରାଜପଥରେ ଚହ ଗାଁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ତୁର୍କେଲ ଗ୍ରାମର ନିକଟସ୍ଥ ତେଲ ନଦୀ ବ୍ରିଜ୍ ଦବି ଯାଇଛି। ଏହା ବିପଦସଂକୁଳ ସ୍ଥିତିରେ ରହିଛି। ବ୍ରିଜ଼ଟି ଖସି ପଡିବାର ସମ୍ଭାବନା ରହିଛି। ବୋର୍ଡା ଫାଣ୍ଡି ଅଧ
ବିପଦ ସଂକୁଳ ସ୍ଥିତିରେ ତୁର୍କେଲ ବ୍ରୀଜ଼ଦବିଗଲା ବ୍ରିଜ


ବିପଦ ସଂକୁଳ ସ୍ଥିତିରେ ତୁର୍କେଲ ବ୍ରୀଜ଼ଦବିଗଲା ବ୍ରିଜ


ଭବାନୀପାଟଣା, ୨୭ ସେପ୍ଟେମ୍ବର (ହି.ସ.)- ଆଜି ସକାଳେ ଭବାନୀପାଟଣା ଓ ଖରିଆର ୧୬ ନମ୍ୱର ରାଜପଥରେ ଚହ ଗାଁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ତୁର୍କେଲ ଗ୍ରାମର ନିକଟସ୍ଥ ତେଲ ନଦୀ ବ୍ରିଜ୍ ଦବି ଯାଇଛି। ଏହା ବିପଦସଂକୁଳ ସ୍ଥିତିରେ ରହିଛି। ବ୍ରିଜ଼ଟି ଖସି ପଡିବାର ସମ୍ଭାବନା ରହିଛି। ବୋର୍ଡା ଫାଣ୍ଡି ଅଧିକାରୀ ହେମନ୍ତ କୁମାର ପାତ୍ର ଖବର ପାଇ ସଙ୍ଗେ ସଙ୍ଗେ ବ୍ରିଜ ନିକଟକୁ ଯାଇ ଲୋକଙ୍କ ଯାତାୟାତ ସୁରକ୍ଷିତ କରିବା ସହିତ କୌଣସି ବସ କିମ୍ବା ଟ୍ରକ୍, ମୋଟର ସାଇକେଲ ଯାତାୟତ କରିବା ପାଇଁ ନିଷେଧ କରାଯାଇଛି। ତେଣୁ ଲୋକଙ୍କ ମୁଖ୍ୟ ରାସ୍ତା ହେତୁ ଯାତାୟାତରେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଘଟଣାସ୍ଥଳରେ ସଦର ବି.ଡି.ଓ. ଚନ୍ଦନ କୁମାର ଭୋଇ, ତହସିଲ ଦାର ମନୋରଞ୍ଜନ ନାଏକ, ଏସଡି ପିଓ, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ଆଇ.ଆଇ ସି କେଗାଁ, ମୁକୁନ୍ଦ ଦେବ ନାୟକ ନିର୍ଦ୍ଦେଶ କ୍ରମେ ସାଲେପଡ଼ା ଛକ ନିକଟରେ ସମସ୍ତ ବସ କିମ୍ବା ବଡ଼ ବଡ଼ ଟ୍ରକ୍, ପିକ ଅପ୍ ଯାତାୟତ ପାଇଁ ବନ୍ଦ କରାଯାଇଅଛି। ପୂର୍ବରୁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ସାମ୍ବାଦିକ ସୁଶିଲ କୁମାର ସାହୁ, ଜୟକୃଷ୍ଣ ବେହେରା, ଫିରୋଜ୍ କୁମାର୍ ଛୁରା ୧୬ ନମ୍ୱର ରାଜପଥ ବିଷୟରେ ବାରମ୍ବାର ଅବଗତ କରାଇଥିଲେ l ଲୋକଙ୍କ କହିବା ଅନୁସାରେ ଏହା ହେଉଛି ରାୟପୁରରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା । ଏହି ବ୍ରିଜକୁ ପ୍ରଶାସନ ଯଥାଶୀଘ୍ର ଠିକ୍ ନକଲେ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଞ୍ଚଳବାସୀ କହିବା ସହ ପ୍ରଶାସନଙ୍କୁ ଅନୁରୋଧ କରୁଥିବା ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande