ବିଜେପିରେ ଯୋଗ ଦେଲେ ଢେଙ୍କିକୋଟର ବହୁ ବିଜେଡ଼ି କର୍ମୀ
କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.) ଭାଙ୍ଗି ଭାଙ୍ଗି ଯାଉଛି ବିଜେଡି ଗଡ଼। ମଣ୍ଡଳ ସଭାପତିଙ୍କ ଉପସ୍ଥିତିରେ ବିଜେପି ଟୋପି ପିନ୍ଧିଲେ ବହୁ ବିଜେଡି କର୍ମୀ।ସୂଚନା ଥାଉକି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀଙ୍କୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଘଟଗାଁ ବ୍ଲକରେ ତଳ ସ୍ତରରୁ ବିଜେଡି ଗଡ଼
ବିଜେପିରେ ଯୋଗ ଦେଲେ ଢେଙ୍କିକୋଟର ବହୁ ବିଜେଡ଼ି କର୍ମୀ


କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.)

ଭାଙ୍ଗି ଭାଙ୍ଗି ଯାଉଛି ବିଜେଡି ଗଡ଼। ମଣ୍ଡଳ ସଭାପତିଙ୍କ ଉପସ୍ଥିତିରେ ବିଜେପି ଟୋପି ପିନ୍ଧିଲେ ବହୁ ବିଜେଡି କର୍ମୀ।ସୂଚନା ଥାଉକି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀଙ୍କୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଘଟଗାଁ ବ୍ଲକରେ ତଳ ସ୍ତରରୁ ବିଜେଡି ଗଡ଼ ଦୁର୍ବଳ ହେବାରେ ଲାଗୁଛି। ବଡ ଜାମୁପୋଷି, ମୁକୁନ୍ଦପୁର ପାଟଣା,ପାଣ୍ଡପଡା ବାଲିପୋଖରୀ, ସାନ୍ତରାପୁର ଇତ୍ୟାଦି ପଞ୍ଚାୟତ ଗୁଡ଼ିକରୁ ଶତାଧିକ ବିଜେଡି କର୍ମୀ ପୂର୍ବରୁ ବିଜେପି ଦଳର ଯୋଗଦେଇ ଜୟ ଜୟ କାର କରିଛନ୍ତି।ତା ୨୭। ୯ରିଖ ଢେଂକିକୋଟ ମଣ୍ଡଳ ସଭାପତି ରଂଜିତ ନାଏକ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାଂସଦ ଅନନ୍ତ ନାୟକଙ୍କ ବାସ ଭବନ ଲଙ୍ଗଳ କଣ୍ଟି ଠାରେ ସାଂସଦ ପ୍ରତିନିଧି ଅଖିଳ ପାତ୍ରଙ୍କ ଉପସ୍ଥିତିରେ ପଇଦା ପାଟଣା ପଞ୍ଚାୟତ ର ତ୍ରିନାଥ ମହାନ୍ତ, ଅଜିତ କୁମାର ଘଣ୍ଟିଆଡ଼ି ,ରାଜେଶ ମହାନ୍ତ, ଗୌତମ ଗିରି,ପ୍ରକାଶ ନାଏକ, ବାବୁଲି ମହାନ୍ତ ପ୍ରଭୂତି ବିଜେପିରେ ସାମିଲ ହୋଇଛନ୍ତି।ଏହି ମିଶ୍ରଣ ପର୍ବରେ ବହୁ ସକ୍ରିୟ ବିଜେପି କର୍ମୀ ପଇଦା ପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା,ଅଜୟ ପଣ୍ଡା, ରୀନା ମୁଣ୍ଡା,ଇନ୍ଦ୍ରମଣି ମହାନ୍ତ, କୃଷ୍ଣ ଚନ୍ଦ୍ର ବାରିକ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande