ସେବା ପକ୍ଷ ପାଳନ ଅବସରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର
ବଲାଙ୍ଗୀର, ୨୭ ସେପ୍ଟେମ୍ବର(ହି.ସ.) – ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାଇପାଲି ଗାଁ ଠାରେ ସେବାପକ୍ଷ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଯୋ
ସେବା ପକ୍ଷ ପାଳନ ଅବସରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର


ବଲାଙ୍ଗୀର, ୨୭ ସେପ୍ଟେମ୍ବର(ହି.ସ.) – ଗତକାଲି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାଇପାଲି ଗାଁ ଠାରେ ସେବାପକ୍ଷ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଯୋଗ ଦେଇଥିବାବେଳେ ବରିଷ୍ଠ ବିଜେପି ନେତା ଗୋପାଳ ଜୀ ପାଣିଗ୍ରାହୀ ଓ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଶିବିରକୁ ସାଂସଦ ପ୍ରତିନିଧି ଶଶୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ଗୌରୀଶଙ୍କର ଥାନାପତି, ବନବାସ ନାଏକ, ଉପ ସଭାପତି ସାନୁର୍ଜିୟ କରଣ ପ୍ରମୁଖ ଆୟୋଜନ କରିଥିଲେ ଏବଂ ବ୍ଳଡ଼ ବ୍ୟାଙ୍କ ଅଧିକାରୀମାନେ ସୂଚରୁ ରୂପେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande