ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ôଥକ ବିକାଶକୁ ନୂଆ ଗତି ଦେବ - ଧର୍ମେନ୍ଦ୍ର ପ୍ରଧାନ
ପାଟନା/ବିହାର, ସେପ୍େଟମ୍ବର ୨୭ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ôଥକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ପାଟନାରୁ ଝାରସୁଗୁଡାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ଏବଂ ଆମ ଦେଶର ବିକାଶ ପଥ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୩,୦୦୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା ହୋଇଛି । ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି - ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ । ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ ।
ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଏବଂ ଇଏସଡିଏମ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ ବଢିବା ସହ ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ ଏବଂ ଓଡ଼ିଶାର ଅର୍ଥନୀତିକୁ ବଡ଼ ଗତି ମିଳିବ । ଭାରତବର୍ଷରେ ୪୨୦୦ କୋଟି ଟଙ୍କା ବ୍ୟୟରେ ମେରିଟ୍ ଯୋଜନା ମାଧ୍ୟମରେ ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଶିକ୍ଷାନୁଷ୍ଠାନମାନଙ୍କର ଉନ୍ନତୀକରଣ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ୧୯୭୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ସହିତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏଗ୍ରିଟେକ, ନବୀକରଣ ଉର୍ଜା, ରିଟେଲ, ମେରାଇନ ଏବଂ ଆତିଥେୟତା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯିବ, ଯାହା ଦ୍ୱାରା ଆମର ଯୁବପିଢିମାନେ ଅଧିକ କୁଶଳୀ ହେବେ ଏବଂ ରୋଜଗାରର ନୂଆ ସୁଯୋଗ ତିଆରି ହେବ ।
ପ୍ରଧାନମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ସମ୍ବଲପୁର ସିଟି-ସରଲା ମଧ୍ୟରେ ୨୭୩ କୋଟି ଟଙ୍କାର ରେଳ ଫ୍ଲାଇଓଭର ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସମ୍ବଲପୁର ଏବଂ ଝାରସୁଗୁଡ଼ା ମଧ୍ୟରେ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ସାମଗ୍ରୀର ପରିବହନକୁ ସହଜ କରିବ । ବିଏସଏନଏଲ ଦ୍ୱାରା ସ୍ୱଦେଶୀ ୪ଜି(୫ଜି ପ୍ରସ୍ତୁତ)ନେଟୱାର୍କର ଶୁଭାରମ୍ଭ ଆମର ଟେଲିକମ କ୍ଷେତ୍ରକୁ ଅଧିକ ମଜଭୂତ୍ କରିବ । ୯୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ୱାଇ-ଫାଇ ସୁବିଧା ଦ୍ୱାରା ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଅଧୀନରେ ୫୦ ହଜାର ଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବିତରଣ ହୋଇଛି । ଗରିବଙ୍କୁ ସମ୍ମାନର ସହ ପକ୍କା ଘର ଯୋଗାଇଦେବା ଦିଗରେ ଆମ ସରକାର ବଦ୍ଧ ପରିକର । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ସମସ୍ତ ପ୍ରକଳ୍ପ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ସହ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଓଡ଼ିଶା’ ଗଠନରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।
ବିହାର ଦୀଘା ବିଧାନସଭା ନିର୍ବାଚନମଣ୍ଡଳୀରେ ଶ୍ରୀ ପ୍ରଧାନ ଘରକୁ ଯାଇ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେବା ସହ ସ୍ୱଦେଶୀ ଆପଣାଇବା ପାଇଁ ଆହ୍ୱାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା