ଲଣ୍ଡନର ସଂସଦ ହାଉସ ଅଫ ଲର୍ଡସ୍ ରେ ଓଡ଼ିଆ ଶିକ୍ଷାବିତ୍ ସମ୍ମାନିତ
କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ସଂସଦ ଗୃହ ହାଉସ ଅଫ ଲର୍ଡସ୍ ଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ କେନ୍ଦୁଝରର ଶିକ୍ଷାବିତ୍ ମଳୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଦ୍ୟା ଭବନ ଓ ମନୋରମା ବିଦ୍ୟା ଭ
ଲଣ୍ଡନର ସଂସଦ ହାଉସ ଅଫ ଲର୍ଡସ୍ ରେ ଓଡ଼ିଆ ଶିକ୍ଷାବିତ୍ ସମ୍ମାନିତ


କେନ୍ଦୁଝର, ୨୭ ସେପ୍ଟେମ୍ବର (ହି.ସ.)- ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ସଂସଦ ଗୃହ ହାଉସ ଅଫ ଲର୍ଡସ୍ ଠାରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ କେନ୍ଦୁଝରର ଶିକ୍ଷାବିତ୍ ମଳୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଦ୍ୟା ଭବନ ଓ ମନୋରମା ବିଦ୍ୟା ଭବନ ସ୍କୁଲ ର ପ୍ରତିଷ୍ଠାତା ତଥା ଗୋନାଶିକା ରିସର୍ଚ୍ଚ ଫାଉଣ୍ଡେସନ ର ନିର୍ଦେଶକ ମଳୟ ମହାପାତ୍ର ଏହି ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଶ୍ରେଣୀଗୃହ ବ୍ୟତୀତ ବାହ୍ୟ ପରିବେଶକୁ ନେଇ ଜ୍ଞାନ ଆହରଣ ବିଷୟରେ ଆଲୋକପାତ କରିଥିଲେ। ଭାରତର ଉନ୍ନତ ପ୍ରାଚୀନ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଓ ଏବେ ଏହାର ପ୍ରାସଙ୍ଗିକତାକୁ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୬ ରେ ଏସିଆ ଟୁଡେ ମିଡିଆ ଓ ଇଣ୍ଡୋ ଇଉରୋପ ରିଲେସନ ଦ୍ଵାରା ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଲର୍ଡ କେ.ସି. ବ୍ରେନନ୍ ମାଳୟଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବରୁ କ୍ରିଷ୍ଟିଆନ ୟୁନିଭର୍ଶିଟି ରୁ ମଳୟ ସମ୍ମାନ ଜନକ ଡକ୍ଟରେଟ ଓ ଦୁବାଇ ଠାରେ ବିଶ୍ଵ ଶିକ୍ଷା ସମ୍ମିଳନୀରେ ଶିକ୍ଷା ପୁରସ୍କାର ୨୦୨୦ ରେ ସମ୍ମାନିତ ହୋଇ ସାରିଛନ୍ତି। ୧୯୯୦ ମସିହାରେ କେନ୍ଦୁଝର ସାକ୍ଷରତା ଅଭିଯାନରେ କାର୍ଯ୍ୟ ଆରମ୍ଭ କରି କେନ୍ଦୁଝର ଜିଲ୍ଲା ଖୁଦପସି ଠାରେ ନିଜସ୍ଵ ପ୍ରଚେଷ୍ଟାରେ ବିଦ୍ୟା ଭବନ୍ ଆବାସିକ ବିଦ୍ୟାଳୟ ସ୍ଥାପନ କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ମଣିଷ କରିବାରେ ମଳୟଙ୍କ ମୁଖ୍ୟ ଭୂମିକା ରହିଛି। ଏହା ସହ ଗୋନାଶିକା ଗୋବେଷଣ। କେନ୍ଦ୍ର ସ୍ଥାପନ କରି ଜିଲ୍ଲାର ବିଭିନ୍ନ ବିଷୟରେ ଗବେଷଣାତ୍ମକ କାର୍ଯ୍ୟ ଚାଲୁ ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande