ଗ୍ୟାସ ସିଲିଣ୍ଡର ଟାଙ୍କି ଫାଟି ଜଳିଗଲା ଘରର ଆସବାବ ପତ୍ର
ଖୋର୍ଦ୍ଧା, 27 ସେପ୍ଟେମ୍ବର (ହି.ସ.)ଗ୍ୟାସ ସିଲିଣ୍ଡର ଟାଙ୍କି ଫାଟି ଜଳିଗଲା ଘରେ ଥିବା ସାମଗ୍ରୀ। ପରିବାର ଲୋକେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅଧୀନ ପିଚୁକୁଳି ପଞ୍ଚାୟତ ପିଚୁକୁଳି ପାଟଣା ସାହିର କୁପାସିନ୍ଧୁ ପଟ୍ଟନାୟକ ଘରେ ।ତେବେ ଶନିବାର ରୋଷେଇ କର
ଗ୍ୟାସ୍


ଖୋର୍ଦ୍ଧା, 27 ସେପ୍ଟେମ୍ବର (ହି.ସ.)ଗ୍ୟାସ ସିଲିଣ୍ଡର ଟାଙ୍କି ଫାଟି ଜଳିଗଲା ଘରେ ଥିବା ସାମଗ୍ରୀ। ପରିବାର ଲୋକେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅଧୀନ ପିଚୁକୁଳି ପଞ୍ଚାୟତ ପିଚୁକୁଳି ପାଟଣା ସାହିର କୁପାସିନ୍ଧୁ ପଟ୍ଟନାୟକ ଘରେ ।ତେବେ ଶନିବାର ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍‌ ହୋଇ ଫାଟିଥିଲା ଗ୍ୟାସ ସିଲିଣ୍ଡର। ନିଆଁ ଲାଗି ଘରେ ଥିବା ସାମଗ୍ରୀ ଜଳିଯାଇଥିବା ଜଣାପଡିଛି। ପରିବାରରେ କୌଣସି ଲୋକଙ୍କର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଖବର ପାଇ ବେଗୁନିଆ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande