ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ଅନୁଷ୍ଠିତ
ଜୟପୁର, ୨୭ ସେପ୍ଟେମ୍ବର (ହି.ସ.)- ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ଅନୁଷ୍ଠିତ


ଜୟପୁର, ୨୭ ସେପ୍ଟେମ୍ବର (ହି.ସ.)- ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ସର୍ଵ ବୃହତ ବ୍ଲକ ବୋରିଗୁମ୍ମା ବ୍ଲକ ୩୧ ଗୋଟି ପଞ୍ଚାୟତର ମାଆ ମାନେ କିଭଳି ହାତ ପାନ୍ତାରେ ଉତ୍ତମ ଚିକିତ୍ସା ପାଇପାରିବେ ସେଥିପାଇଁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪୦୦ରୁ ଉର୍ଦ୍ଧ୍ବ ପଞ୍ଜିକରଣ ହୋଇଥିଲା। ଏଥି ସହ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ମୋଟ ୪୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିଲା।

ଏହି ସ୍ୱାସ୍ଥ୍ୟ ଶିବିରରେ ଦନ୍ତ, କର୍ଣ ଗଳା ଓ ନାସା, ଅସ୍ଥିଶଲ୍ୟ, ଚକ୍ଷୁ, ଚର୍ମ ଭଳି ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀଙ୍କୁ ଚିକିତ୍ସା କରିଥିଲେ। ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande