ମୁଖୀଗୁଡା, ୨୭ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭଇଁରିପାଲି ଗୌନ୍ତିଆ ପଡ଼ାର ପୁରୁନ୍ଦର ରାଉତ (୭୦) ଙ୍କ ଖପର ଘର ବର୍ଷାରେ ଭାଙ୍ଗିଯାଇଛି। ଘର ଭାଙ୍ଗି ଯିବାସହ ଘର ଭିତରେ ଥିବା ଆସବାବପତ୍ର ଚାଉଳ ନଷ୍ଟ ହୋଇଯାଇଛି। ଘର ଭିତରେ ଶୋଇଥିବା ପୁରୁନ୍ଦରଙ୍କ ପୁଅ ଦୁର୍ଯ୍ୟୋଧନଙ୍କ ଗୋଡ଼ରେ କାଠ ପଡିବା ଯୋଗୁଁ ସାମାନ୍ୟ ଆହତ ହୋଇଛନ୍ତି। ପୁରୁନ୍ଦର ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଏ ଯାଏଁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିଲା ନାହିଁ । ସେ ଓ ତାଙ୍କ ସ୍ତ୍ରୀ ଜାନକି, ପୁଅ ଓ ବୋହୁ ଇଟା ମାଟି ତିଆରି ଘରେ ରହୁଥିଲେ। ଏବେ ଘର ଭାଙ୍ଗିବା ପରେ ସେ ଘରୁ ବେଘର ହୋଇଛନ୍ତି। ପ୍ରଶାସନ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର