ଭଦ୍ରକ, ୨୭ ସେପ୍ଟେମ୍ବର (ହି.ସ.) - ଦୁଇ ଜଣ ଦିବ୍ୟାଙ୍ଗ। ଜଣେ ଶତ ପ୍ରତିଶତ ତ ଆଉ ଜଣଙ୍କର କାମ କରୁନି ଅଧା ଶରୀର। ୪ ବର୍ଷ ତଳୁ ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲେ। ପ୍ରଥମେ ସାଙ୍ଗ ପରେ ପ୍ରେମ ଆଉ ଆଜି ବାହାଘର। ଭଦ୍ରକ ବ୍ଲକ କୋଡ଼ବରୁଆଁ ପଂଚାୟତର ଜଗନ୍ନାଥ ଜେନା। ଆଜନ୍ମରୁ ଅଧା ହାତକୁ ଗୋଡ଼ ନାହିଁ। ସେହିପରି ତିହିଡି ବ୍ଲକ ସାହାପୁରର ନମିତା ମହାକୁଡ଼। ଆଜନ୍ମରୁ ଅଧା ଶରୀର କାମ କରୁନି। ୪ ବର୍ଷ ତଳେ ଉଭୟଙ୍କର ଭେଟ ହୁଏ ଇନଷ୍ଟଗ୍ରାମରେ। ପରେ ଉଭୟଙ୍କ ବନ୍ଧୁତା ବଢିବା ସହିତ ପ୍ରେମର ରୂପ ନିଏ। ଆଉ ଉଭୟ ଉଭୟଙ୍କ ପରିବାରକୁ ଜଣାଏବା ପରେ ଆଜି କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି। ମନ୍ଦିରରେ ବୈଦିକ ରୀତିନୀତିରେ ଆଜି ଉଭୟଙ୍କ ବିବାହ ସଂପନ୍ନ ହୋଇଛି। ଉଭୟ ଉଭୟଙ୍କୁ ପାଇ ବେଶ ଖୁସୀ ଅନୁଭବ କରିଛନ୍ତି। ଅନ୍ୟପଟେ ଉଭୟଙ୍କ ସୁଖ ଦାମ୍ପତ୍ୟ ସୁଖ କାମନା କରିଛନ୍ତି ଉପସ୍ଥିତ ପରିବାର ସଦସ୍ୟ ଓ ସମାଜସେବୀ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ