ଜୟପୁର, ୨୭ ସେପ୍ଟେମ୍ବର (ହି.ସ.) - ନିଷ୍ଠା ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସଫଳତା । ଆଉ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତକାଲି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବାର କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କ ସଫଳତାର ଗାଥା । ରାଜ୍ୟର ଅନେକ ଛାତ୍ର ଛାତ୍ରୀ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ବି ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଅନେକ ଛାତ୍ରଛାତ୍ରୀ ଓ ଯୁବପିଢୀଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏ ହେଉଛନ୍ତି ସଂଗ୍ରାମ ହିକୋକା । ଏବେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଇଂରାଜୀ ପିଜିର ଦ୍ୱିତୀୟ ବର୍ଷର ଛାତ୍ର । ହେଲେ ସଂଗ୍ରାମଙ୍କ ଲକ୍ଷ ଥିଲା ଯେ ଜଣେ ପ୍ରଶାସନିକ ଅଧିକାରୀ ହେବା । ସେଇ ଲକ୍ଷ ନେଇ ଓଡ଼ିଶା ପ୍ରଶାସନିକ ସେବା ନିମନ୍ତେ ନିଜର ପ୍ରସ୍ତୁତି ଜାରି ରଖିଥିଲେ । ଯାହାକି ବିନା କୋଚିଂରେ ସଂଗ୍ରାମ ୩୮୮ ରାଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି ଯାହାକି ନିଜ ପରିବାର ସହ ସାଙ୍ଗ ସାଥିଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସଂଗ୍ରାମଙ୍କ ସଫଳତା ପଛରେ ମଧ୍ୟ ଏକ କାହାଣୀ ରହିଛି ଯାହାକି ଗତ ୨୦୨୩ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଂଗ୍ରାମଙ୍କ ବଡ଼ ଭଉଣୀ ମଧ୍ୟ ୪୧୩ ରାଂକ ରେ କୃତକାର୍ଯ୍ୟ ହୋଇ ଏବେ ଅତିରିକ୍ତ ଶ୍ରମ ଅଧିକାରୀ ଭାବେ ଜିଲ୍ଲା ଶ୍ରମ ବିଭାଗରେ କାର୍ଯ୍ୟରତ । ସେପଟେ ପରିବାରରେ ମାଙ୍କ ସହ ତିନି ଭାଇ ଭଉଣୀ ଘରେ ରୁହନ୍ତି । ମା ଉମା ମାହେଶ୍ୱରୀ ହେଉଛନ୍ତି ଜୟପୁର ବ୍ଲକ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ବା ପିଅନ ଭାବେ କାର୍ଯ୍ୟରତ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପୁଅ ଝିଅ ଏପରି ସଫଳତା ପାଇବା ପରେ ଆଜି ବ୍ଲକ ବିଡ଼ିଓ ଶକ୍ତି ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକରିମାନେ ଉମାଙ୍କ ଘରେ ପହଂଚି ଶୁଭେଛା ଜଣାଇଥିଲେ । ସେପଟେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ସଂଗ୍ରାମ ଓ ତାଙ୍କ ବଡ ଭାଇ ଦୁଇ ଜଣ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ ବି ବଡ଼ଭାଇ କୃତକାର୍ଯ୍ୟ ହୋଇ ପାରି ନାହାନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି